ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା

ଜମ୍ମୁ କାଶ୍ମୀର,୩୦/୦୬: ଆଜିଠୁ ଆରମ୍ଭ ହୋଇଛି ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା    । ଏହି ଯାତ୍ରା ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ ବୋଲି ସୂଚନା ରହିଛି ।  କଡ଼ା ସୁରକ୍ଷା ମଧ୍ୟରେ ଭକ୍ତ ମାନେ ପବିତ୍ର ଗୁମ୍ଫାକୁ ପ୍ରବେଶ କରିଛନ୍ତି । କରୋନା ଯୋଗୁ ଗତ ୨ ବର୍ଷ ଧରି ବନ୍ଦ ଥିଲା ଅମରନାଥ ଯାତ୍ରା । ଚଳତ ବର୍ଷ କରୋନା ସଂକ୍ରମଣ କମ୍‌ ରହିଥିବାରୁ ଅମରନାଥ ଯାତ୍ରାକୁ ଅନୁମତି ଦେଇଛନ୍ତି ସରକାର । ୨ ବର୍ଷ ପରେ ଭକ୍ତ ମାନେ ବରଫ ଲିଙ୍ଗ ଦେଖିପାରୁଥିବାରୁ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ଭକ୍ତମାନେ ପାହାଡ଼କୁ ଚଢୁଥିବା ବେଳେ ହର ହର ମହାଦେବ୍‌, ବମ୍ ବମ୍ ଭୋଲେ ଆଦି ଶ୍ଲୋଗାନ ଦେଉଛନ୍ତି ।  ଅମରନାଥ ଯାତ୍ରୀଙ୍କ ପାଇଁ ଜମ୍ମୁ କଶ୍ମୀର ପୋଲିସ ଓ ସେନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅମରନାଥ ଯାତ୍ରା ପଥରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ସେନା ମଧ୍ୟ ଆତଙ୍କବାଦୀ ଗତିବିଧି ଉପରେ ନଜର ରଖିଛି । ଜଣେ ଭକ୍ତ କହିଛନ୍ତି ଯେ, ଅମରନାଥ ଯାତ୍ରାରେ ସାମିଲ ହୋଇ ନିଜକୁ ବହୁତ ଖୁସି ଅନୁଭବ କରୁଛି । ବାବା ଭୋଲେନାଥଙ୍କ ଦର୍ଶନକୁ ଅପେକ୍ଷା କରିଛି । ଜମ୍ମ କାଶ୍ମୀର ପୁଲିସ ଓ ସେନା ସବୁଠି ମୁତୟନ ହୋଇଛନ୍ତି । ସେନା ପକ୍ଷରୁ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି  । ଅମରନାଥଙ୍କ ଏହି ଯାତ୍ରାରେ ଭକ୍ତ ମାନେ ସାମିଲ ହୋଇ ନିଜର ଖୁସି ଜାହିର କରିଛନ୍ତି । ପୂର୍ବରୁ ଅମରନାଥ ଯାତ୍ରାକୁ ନେଇ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ସ୍ଥିତି ଉପରେ ଧ୍ୟାନ ରଖିବାକୁ ନିର୍ଦେଶ ଦେଇଥିଲେ । ଘଟଣାସ୍ଥଳକୁ  ପରିଦର୍ଶନ ମଧ୍ୟ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: