କଟକ,୧୧ା୩ : ଆଜିଠୁ ଖୋଲିବ ଐତିହାସିକ ଗଡ଼ଖାଇସ୍ଥିତ ‘ନ୍ୟାୟ ସଂଗ୍ରହାଳୟ’କଟକ ଗଡ଼ଖାଇ ପରିସରରେ ଉଦ୍ଘାଟିତ ନ୍ୟାୟ ସଂଗ୍ରହାଳୟ (ମ୍ୟୁଜିୟମ ଅଫ୍ ଜଷ୍ଟିସ୍) ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ପ୍ରକାଶ କରିଛନ୍ତି। ବାରବାଟୀ ଷ୍ଟାଡିୟମ ନିକଟରେ ଥିବା ଐତିହାସିକ ଗଡ଼ଖାଇସ୍ଥିତ ଏହି ନ୍ୟାୟ ସଂଗ୍ରହାଳୟରେ ଶୁକ୍ରବାର ଅପରାହ୍ଣରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ବିଚାରପତି ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପୂର୍ବରୁ ହାଇକୋର୍ଟ ମ୍ୟୁଜିୟମ ଥିବା ଏହି ନ୍ୟାୟ ସଂଗ୍ରହାଳୟ ପ୍ରତିଷ୍ଠା ଓଡ଼ିଶା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ନ୍ୟାୟ ସଂଗ୍ରହାଳୟ ପ୍ରତିଷ୍ଠା ଉପଦେଷ୍ଟା କମିଟି ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଅବସରରେ ଜଷ୍ଟିସ ମୁରଲୀଧର ଏହି ସଂଗ୍ରହାଳୟ ପ୍ରତିଷ୍ଠା କ୍ଷେତ୍ରରେ ସହଯୋଗ କରିଥିବା ହାଇକୋର୍ଟର ବିଚାରପତି ଓ ବିଚାର ବିଭାଗୀୟ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ। ଶନିବାରଠାରୁ ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ତେବେ ପ୍ରତି ସୋମବାର ଏହା ବନ୍ଦ ରହିବ। କିଛି ମାସ ପାଇଁ ସର୍ବସାଧାରଣଙ୍କଠାରୁ କୌଣସି ପ୍ରବେଶ ଦେୟ ନିଆଯିବ ନାହିଁ ବୋଲି ଜଷ୍ଟିସ ମୁରଲୀଧର କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |