ନୂଆଦିଲ୍ଲୀ,୨୫ା୧:ଆଜିଠୁ ଦିଲ୍ଲୀରୁ ଗଡିବ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ|ଭାରତ ଗୌରବ ଯାତ୍ରା ଅନ୍ତର୍ଗତ ଆଜିଠୁ ଦିଲ୍ଲୀରୁ ଗଡିବ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ। ସଫଦରଜଙ୍ଗ ଷ୍ଟେସନରେ ପତାକା ଦେଖାଇ ଏହି ରେଳସେବାର ଶୁଭରାମ୍ଭ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶାନ ରେଡ୍ଡି ମଧ୍ୟ ଉପସ୍ଥିତ ରହିବେ। ପୂର୍ବରୁ ଓଡିଶା ଗସ୍ତରେ ଆସିଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଜଗନ୍ନାଥ ଏକ୍ସପ୍ରେସ ସମ୍ପର୍କରେ ଘୋଷଣା କରିଥିଲେ। ଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେସନ ଛାଡିବାକୁ ଥିବା ଏହି ଟ୍ରେନ୍ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଦେଇ ଓଡିଶାରେ ପହଁଞ୍ଚିବ। ଭାରତର କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଭାରତ ଗୌରବ ଯୋଜନାର ଏହା ଅଂଶ। ଏହି ଟ୍ରେନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରାଯିବ। ଏହି ଟ୍ରେନରେ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ବିଷୟବସ୍ତୁକୁ ଚିତ୍ରଣ କରାଯାଇଥିବା ବେଳେ ଏହା ମଧ୍ୟରେ ଜଗନ୍ନାଥଙ୍କ ସହିତ ଜଡ଼ିତ ଅନେକ କଥାବସ୍ତୁ ପ୍ରଦର୍ଶିତ କରାଯାଇଛି । ରାମାୟଣ ଏକ୍ସପ୍ରେସ ପରେ ଭାରତ ଗୌରବ ଯାତ୍ରା ଅନ୍ତର୍ଗତ ଏହା ହେଉଛି ଦେଶରେ ଦ୍ୱିତୀୟ ଟ୍ରେନ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |