ଭୁବନେଶ୍ୱର,୧୩।୭ : ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ବସିବ । ଗୃହରେ ୧୦ ଟି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ। ୧୪ରୁ ୨୯ ତାରିଖ ଭିତରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଯେଉଁ ବିଭାଗର ଗୃହରେ ଆଲୋଚନା ହୋଇନପାରିବ, ୨୯ ତାରିଖରେ ଗିଲୋଟିନ ରେ ପାରିତ ହେବ। ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ ପାରିତ ହେବ। ଗୃହ କାର୍ଯ୍ୟ ଶୃଙ୍ଖଳିତ ଭାବେ ଚଳାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ ପାଇଁ ବିରୋଧୀ ପ୍ରସ୍ତୁତ କରିଛନ୍ତି ଷ୍ଟ୍ରାଟେଜି। ଅନ୍ୟପଟେ କଣ କହି ଖସିବ ବାଟ ଖୋଜୁଛି ବିଜେଡି। ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ସରକାରଙ୍କୁ ଘେରିବାକୁ ବଡ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି ବିରୋଧୀ । ପ୍ରସଙ୍ଗର କେନ୍ଦ୍ରରେ ରହିଛି ନବ ହତ୍ୟା ଷଡଯନ୍ତ୍ର । ଉଭୟ ବିଜେପି ଓ କଂଗ୍ରେସ ନବ ହତ୍ୟାର ନୂଆ ତଥ୍ୟ ଖୋଲିବାକୁ ଦେଇଛନ୍ତି ଚେତାବନୀ ।ଏତଦ ବ୍ୟତିତ ଖଣି ଖଦାନ ଲୁଟ, ଜଙ୍ଗଲ ନିଆଁ, ହାତୀ ମୃତ୍ୟୁ, ଚାଷୀ ସମସ୍ୟା, ବିଜୁଳି ସମସ୍ୟା ଭଳି ପ୍ରସଙ୍ଗ ବି ବିଧାନସଭାରେ ଉଠାଇବାକୁ ଯୋଜନା କରିଛନ୍ତି ବିରୋଧୀ। ପ୍ରଥମ ପର୍ଯ୍ୟାୟରେ ବିଧାନସଭାର ବଜେଟ ଅଧିବେଶନ 7 ଦିନ ଚାଲିଥିବା ବେଳେ ବିରୋଧିଙ୍କ ନବ ହତ୍ୟା ପ୍ରସଙ୍ଗ ସରକାରଙ୍କୁ ଅକଲଗୁଡୁମ କରିଦେଇଥିଲା। ଏଥର ବିରୋଧୀଙ୍କୁ କେମିତି ମୁକାବିଲା କରୁଛି ଶାସକ ଦଳ ବିଜେଡି ତାହା ଉପରେ ନଜର ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |