ଆଜିଠୁ ନାବାଳକ ଗାଡ଼ି ଚଳାଇବା ଉପରେ ଲାଗିଲା ଅଙ୍କୁଶ

କଟକ ,୨୮।୩ :  ଗାଡ଼ି ଚଳାଇ ପାରିବେନି ନାବାଳକ ଓ ନାବାଳିକା ସ୍କୁଲ ପିଲା । ସ୍କୁଲ ଓ କଲେଜ ଆଖପାଖରେ ହେବ କଡ଼ାକଡ଼ି ଚେକିଂ ।  ନାବାଳକ ପିଲାମାନଙ୍କୁ ଗାଡ଼ି ଦେଲେ ଅଭିଭାବକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନା ଏ ନେଇ ଗାଡ଼ି ଚଳାଇବା ଉପରେ ଅଙ୍କୁଶ ଲଗାଇବ ପରିବହନ ବିଭାଗ । ତେଣୁ ପିଲାଙ୍କୁ ଗାଡ଼ି ଦେଉଥିଲେ ଅଭିଭାବକମାନେ ସାବଧାନ ରହିବାକୁ କୁହାଯାଇଛି । ନାବାଳକ ସ୍କୁଲ ପିଲା ବାଇକ୍ କିମ୍ବା ଅନ୍ୟ ଗାଡ଼ି ଚଳାଇ ପାରିବେନି । ଯଦି ସେମାନେ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିବେ, ତେବେ ଗାଡ଼ିର ମାଲିକକୁ ଧରି କୋର୍ଟ ଚାଲାଣ କରାଯିବ । ଯେଉଁ ୧୮ ବର୍ଷରୁ କମ୍ ସ୍କୁଲ ପିଲା ବିନା ଲାଇସେନସରେ ଗାଡ଼ି ଚଳାଉଥିବା ଧରାପଡ଼ିବେ ସମ୍ପୃକ୍ତ ଗାଡ଼ିର ମାଲିକଙ୍କୁ ୨୫ ହଜାର ଟଙ୍କା ଜୋରିମାନା କରାଯିବା ସହ ଗାଡିକୁ ଜବତ କରାଯିବ । ପରେ ଗାଡ଼ିର ପିକରଣ ବାତିଲ କରାଯିବ ଓ ଗାଡି ମାଲିକଙ୍କ ବିରୋଧରେ ମାମଲା କରାଯିବ । ଏହି ମାମଲାରେ ଆଇନ ଅନୁଯାୟୀ ଗାଡ଼ି ମାଲିକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜାରିମାନା ବ୍ୟବସ୍ଥା ଅଛି । ଏଥିପାଇଁ ସ୍କୁଲ ଆଖପାଖରେ ଧରପଗଡ଼ ହେବ । ନାବାଳକମାନେ ଗାଡ଼ି ଚଳାଇବାବେଳେ ବିଭିନ୍ନ ନିୟମ ଉଲ୍ଲଙ୍ଘନ କରୁଥିବାଯୋଗୁଁ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ତେଣୁ ନାବାଳକ ଛାତ୍ରଛାତ୍ରୀଙ୍କୁ ଗାଡ଼ି ଚଳାଇବା ଉପରେ ରୋକ୍ ଲାଗିବ । ତେବେ ଏହାକୁ ଧରିବା ପାଇଁ ସ୍କୁଲ ଗେଟ୍ ପାଖରେ ଚଢ଼ାଉ ହେବ ବୋଲି ପରିବହନ ଏନ୍ଫୋର୍ସମେଣ୍ଟ୍ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ଆସନ୍ତାକାଲି ଠାରୁ ଏପ୍ରିଲ ପ୍ରଥମ ସପ୍ତାହ ଯାଏ ସ୍ପେସାଲ ଡ୍ରାଇଭ ହେବ । ଟ୍ରାଫିକ୍ ପୋଷ୍ଟ ପାଖରେ ଧରପଗଡ଼ କଲେ ଟ୍ରାଫିକ୍ ଜାମ୍ ହେବା ଆଶଙ୍କା ଥିବାରୁ ସ୍କୁଲ ନିକଟରେ ଚଢ଼ଉ କରାଯିବ । ପୋଲିସ ସହ ମିଶି ପରିବହନ ଅଧିକାରୀ ଏହି ଚଢ଼ାଉ କରିବେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!