ଭୁବନେଶ୍ୱର, ୧୯।୧ : ରାଜ୍ୟରେ ଆଜିଠୁ କୋଭିଡ ଟିକାକରଣ ଆରମ୍ଭ । ମିଳିବ କୋଭିସିଲଡ୍ ଟିକା ଏଥିପାଇଁ କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁରୁଣା ଗାଇଡ଼ଲାଇନ ଅନୁସାରେ ଟିକାକରଣ ହେବ ।ରାଜ୍ୟର ସମସ୍ତ ଜିଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରାଥମିକ ଡାକ୍ତରଖାନାରେ ଟିକା ଦିଆଯିବ। ଯେଉଁମାନେ ଦ୍ୱିତୀୟ ଓ ପ୍ରିକଶନ୍ ଡୋଜ୍ ବା ବୁଷ୍ଟର ଡୋଜ୍ ନେଇ ନାହାନ୍ତି, ସେମାନେ ଏହି ଟିକା ନେଇପାରିବେ। ଏହି ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ କେବଳ କୋଭିଶିଲ୍ଡ ଟିକା ଉପଲବ୍ଧ ହେବ। ସକାଳ ୧୦ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ। ହିତାଧିକାରୀମାନେ ଟିକାକରଣ କେନ୍ଦ୍ରକୁ ଯାଇ ନାମ ପଞ୍ଜୀକରଣ କରି ଟିକା ନେଇପାରିବେ। ସେପଟେ ଟିକାକରଣ ପାଇଁ ଓଡ଼ିଶାକୁ ୧ଲକ୍ଷ କୋଭିଶିଲ୍ଡ ଟିକା ଆସିବା ପରେ ସବୁ ଜିଲାକୁ ବଣ୍ଟନ କରାଯାଇଛି। ଲୋକେ ଟିକାକରଣର ସୁଯୋଗ ଉଠାଇବା ସହ କରୋନାରୁ ସୁରକ୍ଷିତ ରହିବା ନିମନ୍ତେ ଏହି ଅଭିଯାନରେ ସାମିଲ ହେବାକୁ ସ୍ବାସ୍ଥ୍ୟ ବିଭାଗ ଅନୁରୋଧ କରିଛିି। ଯେଉଁମାନେ ଦ୍ୱିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସମ୍ଭାବ୍ୟ ସଂକ୍ରମଣ ବଢ଼ିବା ଆଶା କରାଯାଉଥିବା ବେଳେ ଏବେ ଯେଉଁମାନେ ଦ୍ୱିତୀୟ ଓ ବୁଷ୍ଟର ନେଇ ନାହାନ୍ତି ସେମାନେ ନିଅନ୍ତୁ । ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ନେଇଛନ୍ତି ବୁଷ୍ଟର ଡୋଜ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |