ଆଜିଠୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଭୁବନେଶ୍ୱର ୦୩/୦୫: ଆଜିଠୁ ୨୨ ଦିନ ଧରି ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ବିନ୍ଦୁସାଗର ସରୋବରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହିତ ବାସୁଦେବ, ଦୁର୍ଗା ଓ ମା’ପାର୍ବତୀ ନୌକା ବିହାର କରିବେ । କିନ୍ତୁ ଏଥର ମଧ୍ୟ ଶ୍ରୀକପିଳେଶ୍ୱର ଏହି ଜଳ କ୍ରୀଡାରେ ସାମିଲ ହେବେ ନାହିଁ । ଯାତ୍ରା ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି । ମହାରଣା ସେବାୟତଙ୍କ ଦ୍ୱାରା ନୌବିହାରରେ ବ୍ୟବହୃତ ହେବାକୁ ଥିବା ଦୁଇଟି ଯାକ ଡଙ୍ଗାର ନିର୍ମାଣ କାମ ଶେଷ ହୋଇଛି । ସକାଳେ ଦିଅଁଙ୍କର ଖଟୁଲି ସ୍ଥାପନ କରାଯିବା ପରେ ଡଙ୍ଗା ପୂଜା ହେବ । ଦିନ ୧୨ଟାରେ ମନ୍ଦିରରେ ସାହାଣମେଲା ଦର୍ଶନ ବନ୍ଦ କରାଯିବ । ଏହା ପରେ ଠାକୁରଙ୍କ ଦୈନିକ ନୀତି ସହିତ ଚନ୍ଦନ ଯାତ୍ରା ନିମନ୍ତେ ବୈଦିକ ପ୍ରସ୍ତୁତି କରାଯିବ । ସନ୍ଧ୍ୟା ସାଢେ ୫ଟାରେ ମହାପ୍ରଭୁ ବିନ୍ଦୁସାଗର ଅଭିମୁଖେ ଯାତ୍ରା କରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: