ନୂଆଦିଲ୍ଲୀ,୧୫/୧୧: ଆଜିଠୁ ଇଣ୍ଡୋନେସିଆର ରାଜଧାନୀ ବାଲିରେ 2 ଦିନିଆ ଜି -20 ଶିଖର ସମ୍ମିଳନୀ । ଆଜିଠାରୁ ଇଣ୍ଡୋନେସିଆ ବାଲିରେ ୨ ଦିନ ଧରି ଏ-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସେଠାରେ ଭାରତ ସମେତ ୧୦ ପ୍ରମୁଖ ରାଷ୍ଟ୍ରର ପ୍ରତିନିଧି ଉପସ୍ଥିତ ଅଛନ୍ତି । ଏହି ସମ୍ମୀଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବା ସହ ଜାତିସଂଘକୁ କଟାକ୍ଷ କରିଛନ୍ତି । ସେ ଜି-୨୦ ସମ୍ମିଳନୀ ରେ ଉଦବୋଧନ ଦେଇ କହିଛନ୍ତି ଯେ, ମିଳିତ ଜାତିସଂଘ ବିଶ୍ୱ ସମସ୍ୟାର ମୁକାବିଲା କରିବାରେ ବିଫଳ ହୋଇଛି । ଆମେ ଏହାକୁ ଯଥେଷ୍ଟ ଉନ୍ନତି କରିବାକୁ ସକ୍ଷମ ହୋଇ ନାହୁଁ । ଏଥିସହିତ ମୋଦି କୌଣସି ଦେଶର ନାଁ ନନେଇ ଆମେରିକା ଏବଂ ୟୁରୋପ ଦେଶକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଶକ୍ତି ଯୋଗାଣ ଉପରେ ଆମେ କୌଣସି ପ୍ରକାର ପ୍ରକାରର ପ୍ରତିବନ୍ଧକକୁ ଉତ୍ସାହିତ କରିବା ଉଚିତ୍ ନୁହେଁ। ରୁଷ ଏବଂ ୟୁକ୍ରେନ ପରେ ଆମେରିକା ଏବଂ ୟୁରୋପୀୟ ଦେଶମାନେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଉଛନ୍ତି । ଏଥିସହିତ ଏହି ଜି -୨୦ ସମ୍ମିଳନୀରୁ ବିଶ୍ୱକୁ ବହୁତ କିଛି ଆଶା ଥିବା ମୋଦି କହିଛନ୍ତି । ଅନ୍ୟ ବିଶ୍ୱ ନେତୃତ୍ତ୍ୱଙ୍କ ସହ ବୈଠକରେ ଯୋଗଦେବାକୁ ବାଲିରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ ବିଶ୍ୱର ମହାଶକ୍ତି ଯଥା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରମୁଖ ମଧ୍ୟ ଯୋଗଦେବେ । ୟୁକ୍ରେନ ଯୁଦ୍ଧ, ଖାଦ୍ୟ ଓ ଶକ୍ତି ନିରାପତ୍ତା, ଅନ୍ତର୍ଜାତୀୟ ବିକାଶକୁ ପୁନଃର୍ଜୀବିତ କରିବା, ପରିବାର, ସ୍ବାସ୍ଥ୍ୟ ଭଳି ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯିବ । ବିଶ୍ୱର ଏଭଳି କିଛି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଅଭିଭାଷଣ ରଖିବାର ସୂଚନା ରହିଛି । ଜି -20 ଶିଖର ସମ୍ମିଳନୀ ବାଦ ବିଶ୍ବର ଅନ୍ୟ ନେତା ମାନଙ୍କ ମଧ୍ୟ ପ୍ରଧାନମନ୍ତ୍ରୀ ଦ୍ବିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆଜି ସଂଧ୍ୟାରେ ବାଲିରେ ପ୍ରବାସୀ ଭାରତୀୟ ମାନଙ୍କ ଦ୍ବାରା ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗଦେବେ ବୋଲି ଜଣାପଡିଛି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |