ମୀରପୁର,୦୪/୧୨: ବାଂଲାଦେଶ ଗସ୍ତରେ ଥିବା ଭାରତୀୟ ଦଳ ରବିବାରଠୁ ଅଭିଯାନ ଆରମ୍ଭ କରିବ ।ଭାରତ-ବାଂଲାଦେଶ ଦିନିକିଆ ସରିଜ୍ । ଦିନ ସାଢେ ୧୧ଟାରେ ଶେରେ ବାଂଲା ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ । ପ୍ରଥମ ଓ୍ବାନଡେ’ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଟିମ୍ ଇଣ୍ଡିଆର ପଲା ଭାରି ରହିଥିଲେ ମଧ୍ଯ ମ୍ୟାଚରେ ବିପର୍ଯ୍ୟୟ ଘଟାଇବାକୁ ସକ୍ଷମ ବାଂଲାଦେଶ ଟିମ୍ । ଶେରେ ବାଂଲା ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ଏହି ମ୍ୟାଚ୍ରେ ଭାରତୀୟ ଦଳର ପଲା ଭାରି ରହିଥିଲେ ହେଁ ବାଂଲାଦେଶ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି । ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ । ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମ୍ୟାଚ୍ରେ ସବୁ ତାରକା ଖେଳାଳିଙ୍କୁ ଏକାଠି ଦେଖିବାକୁ ମିଳିବ । ଫଳରେ ଇଶାନ କିଷନ, ରଜତ ପାତିଦାର, ରାହୁଲ ତ୍ରିପାଠୀଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ ନାହିଁ । ଭାରତ ବିପକ୍ଷରେ ବାଂଲାଦେଶ ଆଜି ପର୍ଯ୍ୟନ୍ତ ମୋଟ୍ ୫ଟି ଦିନିକିଆ ଜିତିଛି । ଶେଷ ଥର ପାଇଁ ବାଂଲାଦେଶ ୨୦୧୫ରେ ଭାରତକୁ ହରାଇଥିଲା । ଏଥର ଭାରତକୁ ଘରୋଇ ଗ୍ରାଉଣ୍ଡ୍ରେ ହରାଇବା ପାଇଁ ବାଂଲାଦେଶ ସ୍ପିନରଙ୍କୁ ପ୍ରସ୍ତୁତ କରି ରଖିଛି । ନିକଟରେ ଭାରତୀୟ ବ୍ୟାଟରମାନେ ସ୍ପିନରଙ୍କ ବିପକ୍ଷରେ ବାରମ୍ବାର ତ୍ରୁଟି କରୁଥିବା ଦେଖିବାକୁ ମିଳିଥିଲା ।ନବ ନିଯୁକ୍ତ ଅଧିନାୟକ ଲିଟନ ଦାସ ଚଳିତ ବର୍ଷ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଭାରତ ବିପକ୍ଷ ଗତ ଟି-ଟ୍ୱେଣ୍ଟି ମୁକାବିଲାରେ ତାଙ୍କ ଇନିଂସକୁ ଦର୍ଶକ ସହଜରେ ଭୁଲି ପାରିବେ ନାହିଁ । ଚଳିତ ବର୍ଷ ସମସ୍ତ ଫର୍ମାଟ୍କୁ ମିଶାଇ ଲିଟନ ମୋଟ୍ ୧୭୦୩ ରନ୍ ସଂଗ୍ରହ କରିସାରିଛନ୍ତି । ଏଥିରୁ କେବଳ ଦିନିକିଆ ୫୦୦ ରନ୍ ରହିଛି । ଷ୍ଟାର ବ୍ୟାଟର ସାକିବ ଅଲ୍ ହାସନ ଓ ମୁସଫିକର ରହିମଙ୍କ ଉପରେ କାର୍ଯ୍ୟଭାର ରହିବ । ତାମିମ ଇକବାଲ ଆହତ ହୋଇ ବାଦ ପଡ଼ିଥିବାରୁ ସାକିବ ୩ନଂ ସ୍ଥାନରେ ବ୍ୟାଟିଂ କରିବେ । ସେହିପରି ଆହତ ପେସ୍ ବୋଲର ଟସ୍କିନ ଅହମ୍ମଦଙ୍କ ସ୍ଥାନରେ ଇବାଦତ ହୋସେନଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।
କୋହଲିଙ୍କ ଉପରେ ନଜର: ଆଜିର ମ୍ୟାଚ୍ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ଦର୍ଶକଙ୍କ ନଜର ରହିବ । ସେ ୩୦ ରନ୍ କଲେ ବାଂଲାଦେଶ ମାଟିରେ ୧୦୦୦ ରନ ପୂରଣ କରିବେ । ଶେଷ ୮ଟି ଦିନିକିଆରେ କୋହଲି ୨୧.୮୭ ହାରରେ ରନ୍ ସଂଗ୍ରହ କରିଥିଲେ । ବର୍ତ୍ତମାନ ସେ ଫର୍ମକୁ ଫେରିସାରିଛନ୍ତି ।
ଆହତ ସାମି ବାଦ: ଭାରତୀୟ ଦଳର ଅଭିଜ୍ଞ ପେସ୍ ବୋଲର ମହମ୍ମଦ ସାମି ଆହତ ହେବା ଦଳକୁ ଚିନ୍ତାରେ ପକାଇଛି । ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି । ତାଙ୍କୁ ଦିନିକିଆ ସିରିଜରୁ ବାଦ ଦିଆଯାଇଛି ଓ ଯୁବ ଫାଷ୍ଟ ବୋଲର ଉମ୍ରାନ ମଲିକଙ୍କୁ ଡାକରା ମିଳିଛି । ସାମିଙ୍କ ଅନୁପସ୍ଥିତିରେ ଉଭୟ ସର୍ଦୁଲ ଠାକୁର ଓ ଦୀପକ ଚହରଙ୍କୁ ପ୍ରାଥମିକତା ମିଳିପାରେ । ନଚେତ ନବାଗତ କୁଲଦୀପ ସେନ ଟିମ୍ରେ ପଦାର୍ପଣ କରିବେ ।
ପିଚ୍: ଶେରେ ବାଂଲା ଷ୍ଟାଡିୟମ୍ ମୁଖ୍ୟତଃ ବ୍ୟାଟରଙ୍କୁ ସୁହାଇବ । ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ସମ୍ଭାବନା ଅଧିକ । ସ୍ପିନରମାନେ ମଧ୍ୟ ପିଚ୍ରୁ ଫାଇଦା ଉଠାଇ ପାରିବେ । ଅବଶ୍ୟ ନୂଆ ବଲ୍ରେ ସୁଇଂ ମିଳିବା ଆଶା କରାଯାଉଛି ।
ଭାରତ : ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ରିଷଭ ପନ୍ତ, ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ସୁର୍ଦଲ ଠାକୁର, ଦୀପକ ଚହର, ମହମ୍ମଦ ସିରାଜ ।
ବାଂଲାଦେଶ: ଲିଟନ ଦାସ(ଅଧିନାୟକ), ଅନାମୁଲ ହକ, ସାକିବ ଅଲ୍ ହାସନ, ମୁସଫିକର ରହିମ, ମହମୁଦୁଲ୍ଲା, ଅଫିଫ ହୋସେନ, ୟାସିର ଅଲି, ମେହଦି ହାସାନ ମିରାଜ, ହାସାନ ମହମ୍ମଦ, ମୁସ୍ତାଫିଜୁର ରେହମାନ, ଇବାଦତ ହୋସେନ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |