ଆଜିଠୁ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର,୨୮।୪:ଆଜିଠୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ   । ଏହା ମେ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ମହାମାରୀ କରୋନା ସଂକ୍ରମଣ ପାଇଁ ଗତ ଦୁଇ ବର୍ଷ ହେବ ଏହି ପରୀକ୍ଷା ବନ୍ଦ ରହିଥିବାବେଳେ ସଂକ୍ରମଣ କମିବା ପରେ ପ୍ରଥମ ଥର ପାଇଁ ଅଫ୍‌ଲାଇନରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି ।  ରାଜ୍ୟର ମୋଟ ୩୫୪୦ ପରୀକ୍ଷା କେନ୍ଦ୍ରରେ ୫,୮୫, ୭୩୦ ଜଣ ଛାତ୍ରଛାତ୍ରୀ ସେମାନଙ୍କର ବାର୍ଷିକ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ଗୁଡ଼ିକର ପ୍ରଶ୍ନପତ୍ର ୩୧୫ଟି ନୋଡାଲ ସେଣ୍ଟରରେ ରଖାଯାଇଛି । ସେହିପରି ୨୧ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି । ପ୍ରାୟ ୩୫ ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ପରୀକ୍ଷାରେ ନିୟୋଜିତ ଅଛନ୍ତି । ପରୀକ୍ଷା ନେଇ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମନରେ ଉତ୍ସାହ ଦେଖାଯାଇଛି ।  ଆଜି ପ୍ରଥମ ଦିନର ପରୀକ୍ଷା ହୋଇଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ସକାଳ ୭ଟାରୁ ଖୋଲିଥିଲା । କିନ୍ତୁ ଦ୍ୱିତୀୟ ଦିନ ଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ସକାଳ ୭ଟା ୧୫ରୁ ଖୋଲିବ । ପରୀକ୍ଷା ୮ଟାରୁ ଆରମ୍ଭ ହେବାକୁ ଥିବା ବେଳେ ୭ଟା ୪୫ରେ ପିଲାମାନଙ୍କୁ ପ୍ରଶ୍ନପତ୍ର ଦିଆଯିବ । ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାର୍ଟ-୧ (ଅବଜେକ୍ଟିଭ) ପରୀକ୍ଷା ସକାଳ ୮ଟାରୁ ୯ଟା ଭିତରେ ହେବ । ସେହିଭଳି ସବଜେକ୍ଟିଭ ପରୀକ୍ଷା ୯ଟାରୁ ୧୦ ଟା ପର୍ଯ୍ୟନ୍ତ ଚାଲିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: