ଭୁବନେଶ୍ୱର,୯।୧୨:ଆଜିଠାରୁ ମାଟ୍ରିକ ସମେଟିଭ୍-୧ ଖାତା ଦେଖା ଆରମ୍ଭ ହୋଇଛି । ସକାଳ ୯ଟାରୁ ଖାତା ଦେଖା ଆରମ୍ଭ ହୋଇବା ବେଳେ ୫ଟା ଯାଏ ଚାଲିବ। ୧୨୪୦ଶିକ୍ଷକ ଖାତା ମୂଲ୍ୟାୟନ ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି। ମୋଟ୍ ୫୬ଟି କେନ୍ଦ୍ରରେ ଖାତା ଦେଖାଯାଉଛି। ତେବେ ୧୦ ଦିନ ମଧ୍ୟରେ ଖାତା ଦେଖା ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି । ଫଳରେ ଏନେଇ ମୋଟ ୧୨,୪୫୦ ଜଣ ଶିକ୍ଷକଙ୍କୁ ମୂଲ୍ୟାୟନ ପାଇଁ ନିୟୋଜିତ କରାଯାଇଛି । ତେବେ ଚଳିତ ବର୍ଷ ନଭେମ୍ବର ୨୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ମାଟ୍ରିକ ସମେଟିଭ୍-୧ ପରୀକ୍ଷା ହୋଇଥିଲା । ଯେଉଁଥିରେ ରାଜ୍ୟର ମୋଟ୍ ୫ ଲକ୍ଷ ୪୨ହଜାର ୮୦୭ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥିଲେ । ଏଥିପାଇଁ ବୋର୍ଡ ପକ୍ଷରୁ ୩ହଜାର ୨୯ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ତେବେ ପରୀକ୍ଷା ସକାଳ ୧୦ଟାରୁ ଦିନ ୧୨ଟା ଯାଏ ଚାଲିଥିଲା । ତେବେ ମାଟ୍ରିକ ସମେଟିଭ୍-୧ ପରୀକ୍ଷା କଡା ସୁରକ୍ଷାରେ ହୋଇଥିବା ବେଳେ ନଭେମ୍ବର ୩୦ ତାରିଖରେ ଏହା ଶେଷ ହୋଇଥିଲା । ଯାହାର ଖାତା ଦେଖା ଆରମ୍ଭ ହୋଇଛି । ଏଥିସହିତ ୧୦ ଦିନ ପରେ ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |