ଭୁବନେଶ୍ୱର ,୧୦ ।୩: ଆଜିଠୁ ମାଟ୍ରିକ ସମେଟିଭ୍-2 ପରୀକ୍ଷା। ରାଜ୍ୟରେ ପରୀକ୍ଷା ଦେବେ ମୋଟ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ। ସକାଳ 8ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଘଣ୍ଟାଏ ପୂର୍ବରୁ ଗେଟ ଏଣ୍ଟ୍ରି ପାଇଁ ନିର୍ଦେଶ। ସମେଟିଭ ୧ରେ ଦେଇଥିବା ପରୀକ୍ଷା ସେଣ୍ଟରରେ ହିଁ ସମେଟିଭ ୨ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ସ୍ଵଚ୍ଛ ପରୀକ୍ଷା ପରିଚାଳନା ପାଇଁ ୫୭ଟି କେନ୍ଦ୍ରୀୟ ସ୍କ୍ବାର୍ଡର ବ୍ୟବସ୍ଥା କରାଯାଇଥିବା ସୂଚନା। ରାଜ୍ୟରେ ମୋଟ ୩୨୧୮ଟିରେ କେନ୍ଦ୍ରରେ ହେବ ପରୀକ୍ଷା।ଏଥିପାଇଁ 316ଟି ନୋଡାଲ ସେଣ୍ଟର ରହିଥିବା ବେଳେ ମାଓ ଅଧ୍ୟୁଷିତ ଅଞ୍ଚଳରେ 22 ଟି ଥାନା ରେ ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ପେନ, ଆର୍ଡମିଟ କାର୍ଡ ଓ ଜୋମେଟ୍ରି ବକ୍ସ ନେବାକୁ ଅନୁମତି ଥିବା ବେଳେ ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ମୋବାଇଲ ବାରଣ କରାଯାଇଛି। ଆଜିଠୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ 20ମାର୍ଚ୍ଚ ଯାଏ ପରୀକ୍ଷା ଅନୁଷ୍ଠିତ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |