ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର ,୨୮।୦୪ : ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ,ବାଣିଜ୍ୟ, ଧନ୍ଦାମୂଳକ ଥୁଓରି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । କରୋନା ପାଇଁ ଦୁଇ ବର୍ଷ ପରେ ଯୁକ୍ତଦୁଇ ଅଫଲାଇନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ପ୍ରଚଣ୍ଡ ଖରାକୁ ନଜରରେ ରଖି ପରିକ୍ଷାର୍ଥୀଙ୍କ ପାଇଁ ବନ୍ଦୋବସ୍ତ କରାଯାଇଛି ।ପ୍ରଥମ ଦିନରେ କଳା ଓ ବାଣିଜ୍ୟ ବିଭାଗର ଓଡିଆ ବିଷୟ ପରୀକ୍ଷା ରହିଛି ।  ମେ ୯ ତାରିଖରୁ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେବ । ପ୍ରତିଦିନ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହେଉଛି । ୩୦ମିନିଟ ପୂର୍ବରୁ ପରୀକ୍ଷାର୍ଥ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଛନମ୍‌ତି । ତେବେ ଚଳିତ ବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେବେ । ୧୧୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ପରୀକ୍ଷା ପରିଚାଳନା ହବ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: