ଆଜିଠୁ ରାଜ୍ୟରେ କମିବ ଶୀତ,୩ରୁ ବର୍ଷା

ଭୁୁବନେଶ୍ୱର, ୩୧/୦୧ : ଆଜିଠୁ ରାଜ୍ୟରେ କମିବ ଶୀତ । ବିଭିନ୍ନ ସ୍ଥାନରେ ୩ରୁ ୫ ଡିଗ୍ରୀ ରାତିର ତାପମାତ୍ରା ବଢ଼ିବା ନେଇ ପାଣିପାଗ ବିଭାଗ ପାଣିପାଗ ବିଭାଗ   ଏଭଳି ପୂର୍ବାନୁମାନ କରିଛି ।  । ୩ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପଶ୍ଚିମ ଝଡ଼ର ପ୍ରଭାବ ଦେଖାଦେବ । ୪ ଓ ୫ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତିରେ ବୃଦ୍ଧି ଘଟିବ । ବଙ୍ଗୋପସାଗରରୁ ପ୍ରଭାହିତ ଉଷ୍ମ ବାୟୁ ପ୍ରଭାବରେ ବଢ଼ିବ ତାପମାତ୍ରା । ଫଳରେ ରାଜ୍ୟରେ ଶୀତର ଲହରୀ କମ୍‍ ଅନୁଭୂତ ହେବ । ମଙ୍ଗଳବାର ଉପକୂଳ ଓଡିଶାର କେତେକ ସ୍ଥାନରେ କୁହୁଡ଼ି ହୋଇପାରେ । କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦେଖାଦେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି|ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପାଣିପାଗ ବିଜ୍ଞାନୀ ଉମାକାନ୍ତ ଦାସ କହିଛନ୍ତି, ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩ ତାରିଖରେ ବର୍ଷା ହେବ । ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ, ଢେଙ୍କାନାଳ ଓ ଅନୁଗୁଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ।ସୋମବାର ସକାଳୁ କିଛି ସ୍ଥାନରେ ଶୀତ ଲହରୀ ଜାରି ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ନୂଆପଡା, ବଲାଙ୍ଗିର, ସୋନପୁର ଓ କଳାହାଣ୍ଡିରେ ଶୀତ ଲହରୀ ବହିବ । ସୋମବାର ରାତିରୁ ତାପମାତ୍ରା କ୍ରମଶଃ ବଢିବ । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବଢିଯିବ ।ଫଳରେ ଶୀତ କମିବ । ୩ ତାରିଖରୁ ବର୍ଷା ଆଶଙ୍କା ଥିବାରୁ ପାଗ କୋହଲା ରହିବ । ଦିନବେଳା ଥଣ୍ଡା ପାଗ ରହିବ । କିନ୍ତୁ ରାତିରେ ଶୀତ ଅଧିକ ରହିବନି । ୫ ତାରିଖ ପରଠାରୁ ରାଜ୍ୟକୁ ପୁଣି ଶୀତ ଫେରିବ । ୧ ଓ ୨ ତାରିଖରେ ରାଜ୍ୟର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କୁହୁଡି ଅନୁଭୂତ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: