ଆଜିଠୁ ରାଜ୍ୟରେ ଶୀତ ,ଖସିବ  ୩ରୁ ୪ ଡିଗ୍ରି ତାପମାତ୍ରା

ଭୁବନେଶ୍ୱର,୧୬ ।୧୨;ରାଜ୍ୟରେ ଦିନକୁ ଦିନ ପାରଦ ଆହୁରି ଖସିବାରେ ଲାଗିଛି ।  ଉତ୍ତରରୁ ଉପକୂଳ, ପୂର୍ବରୁ ପଶ୍ଚିମ ସବୁଠି ଥଣ୍ଡାର ପ୍ରକୋପ ।   ଆଜିଠୁ ରାଜ୍ୟକୁ ପୁଣି ଫେରିବ ଶୀତ । ଖସିବ  ୩ରୁ ୪ ଡିଗ୍ରି ତାପମାତ୍ରା । ରାଜ୍ୟରେ ଆଜିଠୁ ପାଗରେ ଆସିବ ପରିବର୍ତ୍ତନ । ଆଜି ଦକ୍ଷିଣ-ପଶ୍ଚିମ ଜିଲ୍ଲାଗୁଡ଼ିକରେ ଘନ କୁହୁଡି ଦେଖାଦେଇଛି ।  ସକାଳୁ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ଦେଖାଦେଇଛି । ଗତକାଲି ରାତିର ଟିଟିଲାଗଡ଼ରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ରହିଥିଲା। ଆଜିଠୁ ପାଖାପାଖି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ପାରଦ ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସକାଳୁ ସକାଳୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଶୀତ ସାଙ୍ଗକୁ ଘନ କୁହୁଡି ଅସ୍ତବ୍ୟସ୍ତ କରିଦେଉଛି। ପରବର୍ତ୍ତୀ ୩ ଦିନ ଭିତରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ ବଢିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଏବେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!