ଆଜିଠୁ ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ଆରମ୍ଭ

ମୟୂରଭଞ୍ଜ,୬ା୧:  ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା  ଆରମ୍ଭ ହୋଇଛି । ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ୫ଟି ନଦୀ ଓ ନାଳମାନଙ୍କରେ ହେଉଛି କୁମ୍ଭୀର ଗଣନା । ସାଳନ୍ଦୀ, ଖଈରୀ-ଭଣ୍ଡନ, ଦେଓ, ବୁଡାବଳଙ୍ଗ ନଦୀରେ ହେଉଛି କୁମ୍ଭୀର ଗଣନା । ବନ ବିଭାଗ ପକ୍ଷରୁ କୁମ୍ଭୀର ଗଣନା ପାଇଁ ୧୬ଟି ଟିମ୍ ଗଠନ କରାଯାଇ ଗଣନା କାର୍ଯ୍ୟ କରାଯାଉଛି । ଏହି ଗଣନା କାର୍ଯ୍ୟ ଆଜିଠାରୁ 3 ଦିନ ପର୍ଯ୍ୟନ୍ତ ଚାଲିବ । ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଗୋ-ମୁହାଁ ପ୍ରଜାତିର କୁମ୍ଭୀର ଦେଖାଯାଇଥାନ୍ତି । ଏହି ଗଣନାରେ ଉତ୍ତର ଶିମିଳିପାଳରେ 7ଟି ଓ ଦକ୍ଷିଣ ଶିମିଳିପାଳରେ 9ଟି ରେଞ୍ଜରରେ ମୋଟ 16 ଟି ଟିମ୍ କରାଯାଇଛି । ପ୍ରତି ଟିମ୍ ରେ ରେଞ୍ଜର, ଫରେଷ୍ଟର ଓ 7 ଜଣ କର୍ମଚାରୀ ରହିବେ । ପୂର୍ବରୁ 2021 ଗଣନାରେ 81 ଟି ଓ 2022 ଗଣନା ଅନୁଯାୟୀ 83 ଟି କୁମ୍ଭୀର ଶିମିଳିପାଳ ଅଭୟାରଣ୍ୟରେ ଥିବା ଜଣାପଡ଼ିଛି । ତେବେ ଚଳିତ ବର୍ଷ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: