ଆଜିଠୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ,୨୯/୦୧: କରୋନା ମହାମାରୀ ମଧ୍ୟରେ ଶୁକ୍ରବାରଠାରୁ   ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ; ତେବେ କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ କହିଛନ୍ତି ଯେ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ (ଟିଏମସି), ଶିବସେନା, ଅକାଳି ଦଳ, ଆମ୍ ଆଦମୀ ପାର୍ଟି (ଆପ), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି), ନ୍ୟାସନାଲ କନଫରେନ୍ସ (ଏନସି), ଡିଏମକେ, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ(ଏମ), ଆଇଜେଏମଏଲ, ଆରସିପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଓ ଏଆଇୟୁଡିଏଫ ଆଦି ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଏହି ଅଧିବେଶନର ମୁଖ୍ୟ ଫୋକସ ରହିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ସାଧାରଣ ବଜେଟ୍‌ ଆଗତ କରିବେ । ଶୁକ୍ରବାର ସକାଳ ୧୧ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ଉଦ୍‌ବୋଧନ ଦେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଏଥର ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ ବେଳେ ସାଂସଦମାନେ ସେଣ୍ଟ୍ରାଲ ହଲ୍‌ ବ୍ୟତୀତ ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ବସିବେ ବୋଲି ଜଣାପଡିଛି। କରୋନା ସଂକ୍ରମଣ ଯୋଗୁ ସାମାଜିକ ଦୂରତା ରକ୍ଷା ନିମନ୍ତେ ଏଭଳି ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ତେବେ ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରୋଧ କରୁଥିବା ଦଳଗୁଡିକ ହେଲା କଂଗ୍ରେସ, ଏନସିପି, ଜେକେଏନସି, ଡିଏମକେ, ଏଆଇଟିସି, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇଏମଏଲ, ସିପିଆଇ, ଆଇୟୁଏମଏଲ, ଆରଏସପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଓ AIUDF । ସେମାନେ କହିଛନ୍ତି ଯେ ଯେଉଁଭଳି ଭାବେ ଗତ ଅଧିବେଶନରେ ୩ଟି କୃଷି ଆଇନକୁ ପାରିତ କରାଯାଇଥିଲା, ସେହି ଆଇନ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି। ସେହିପରି ପ୍ରତିବର୍ଷ ସାଧାରଣ ବଜେଟ୍‌ର ପୂର୍ବଦିନ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଆଗତ କରାଯାଏ  । କିନ୍ତୁ ଚଳିତ ବର୍ଷ ଏପରି ହେବନାହିଁ। ଅଧିବେଶନର ପ୍ରଥମ ଦିନ ଆର୍ଥିକବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: