ଆଜିଠୁ ସ୍କୁଲ ଗାଡିର ହେବ ଫିଟ୍‌ନେସ୍‌ ଚେକିଂ

ଭୁବନେଶ୍ୱର ,୨୦।୦୪ :  RTO ପକ୍ଷରୁ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ ଯାନବାହନର କଡାକଡି ଫିଟ୍ ନେସ୍ ଚେକିଂ ଆରମ୍ଭ ହୋଇଛି ।ଆଜିଠୁ ଆସନ୍ତା ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନ୍‌ସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ ।   ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟନେସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯାଉଛି। ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ ଆଦି ଚେକିଂ କରାଯାଉଛି। ଆସନ୍ତା ୨୭ ତାରିଖ ଯାଏ ଏହି ସ୍ପେଶାଲ ଡ୍ରାଇଭ ଚାଲିବ । ୨୮ ତାରିଖରେ ରିପୋର୍ଟ ଦେବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ସେହିପରି ନିୟମ ଖିଲାପକାରୀଙ୍କ ଉପରେ କଡା କାର୍ଯାନୁଷ୍ଠାନ ନିଆଯିବ । ରାଜ୍ୟର କେତେକ ସ୍କୁଲରେ କାଗଜପତ୍ର ଠିକ୍ ନ ଥିବା ଗାଡ଼ି ଛୋଟ ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହେଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: