ଘଟଗାଁ,୯/୪: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ଘଟଗାଁ ମା’ ତାରିଣୀଙ୍କ ଆଜି ଠାରୁ ଚଇତି ପର୍ବ ଆରମ୍ଭ ହୋଇଛି । ଆଜି ଏପ୍ରିଲ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ମା’ଙ୍କ ଏହି ପର୍ବ ପାଳିତ ହେଉଛି । ତେବେ ବିଗତ ଦୁଇବର୍ଷ କରୋନା କଟକଣା ଚଳିତବର୍ଷ ମାଙ୍କର ଚଇତି ପର୍ବ ଅତି ଆନନ୍ଦ ଓ ଯାକଜମକରେ ପାଳିତ ହେଉଥିବା ଦେଖିବାକୁ ମିଳିଛି । ଆଜି ଠାରୁ ମା ୭ ଦିନ ଧରି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ତେବେ ଚଇତି ପର୍ବ ପ୍ରଥମ ଦିନ ଅବସରରେ ଆଜି ମା’ ତାରିଣୀଙ୍କ ସୁନାବେଶ ଦେଖିବା ପାଇଁ ହଜାର୍ ହଜାର୍ ଭକ୍ତଙ୍କ ସମାଗମ ହୋଇଛି । ଚଇତି ପର୍ବ ପାଇଁ ଉତ୍ସବ ମୁଖର ହୋଇ ପଡିଛି ମା’ ତାରିଣୀଙ୍କ ଘଟଗାଁ ପିଠ । ଧୂପ, ଦ୍ୱୀପ, କର୍ପୂର ବାସ୍ନାରେ ମନ୍ଦିର ମହମହ ବାସି ଉଠୁଥିବା ବେଳେ ଶଂଙ୍ଖ, ହୁଳହୁଳି, ଯୋଡି ନାଗରା ଓ ମହୁରୀ ଶବ୍ଦରେ ମନ୍ଦିର ବେଢା ଉଠୁଚି ପଡୁଛି । ଆଜି ମା’ଙ୍କ ନିତୀ ପୂଜା ଅନୁଷ୍ଠିତ ହେବା ପରେ ବେଲବ ପୀଠରେ ଭାଗବତ ପାଠ, ଚଣ୍ଡି ପାଠ, ହୋମ ଯଜ୍ଞ ଓ ସତ୍ୟ ନାରାୟଣ ପୂଜା ଅନୁଷ୍ଟିତ ହେଉଅଛି । ଆଜି ଚଇଚି ପର୍ବର ପ୍ରଥମ ଦିନରେ ମା’ର ସୁନାବେଶ ଭକ୍ତ ମନ ଛୁଇଁ ନେଉଛି । ଆଜି ସକାଳୁ ମାଙ୍କର ସେବାୟତ ମାନେ ପ୍ରଥମେ ମା’ଙ୍କର ମହାସ୍ନାନ କାର୍ଯ୍ୟ ସମାପନ କରି ସୁନାବେଶରେ ମାଙ୍କୁ ସଜ୍ଜିତ କରିବା ପରେ ମାଙ୍କର ମାଜଣା, ବଡ ସିଂହାର ବେଶ, ଷୋଡଶ ଉପଚାର ପୂଜା, ମଙ୍ଗଳ ଆଳତି ତଥା ମାଙ୍କର ଯଥା ରିତିକାନ୍ତିରେ ପୂଜାର୍ଚ୍ଚନା କରି ମାଙ୍କର ମନ୍ଦିର ପହଡ ଖୋଲିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |