ଭୁବନେଶ୍ୱର,୧୬ା୩:ଆଜି ଅଟୋ ଚଳାଚଳ ବନ୍ଦ । ଭୁବନେଶ୍ୱରରେ ଅଟୋ ଡ୍ରାଇଭରଙ୍କ ଆନ୍ଦୋଳନ । ଆଜି ରାଜଧାନୀରେ ଅଟୋ ବନ୍ଦ ରଖିବ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ । ସ୍ମାର୍ଟ ସିଟି ଅନଲାଇନ ଅଟୋ ସଂଘ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ଆନ୍ଦୋଳନରେ ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ସାମିଲ ହେବେ । ଲୋୟର ପିଏମଜି ଓ ଜନପଥରେ ଧାରଣା ଦେବ ସଂଘ ।ଗତକାଲି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇନଥିଲେ ଅନଲାଇନ୍ ଅଟୋ ଡ୍ରାଇଭର । ତେଣୁ କେଉଁଠି ସେମାନଙ୍କୁ ଫୁଲ ମାଳ ପିନ୍ଧା ଯାଇଥିଲା ତ କେଉଁଠି ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ ଲେଖା ଥିବା ପ୍ଲେଟ୍ ଧରାଇ ଫଟୋ ଉଠାଯାଇଥିଲା। ଏଭଳି ଘଟଣାକୁ ଅପମାନିତ ବୋଧ କରି ଏବଂ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗରେ ଅନଲାଇନ୍ ଅଟୋ ଡ୍ରାଇଭର ଆନ୍ଦୋଳନ ଡାକରା ଦେଇଛନ୍ତି।ଆଜି ପ୍ରଥମେ ଏ ସଂକ୍ରାନ୍ତରେ ଡିଜିଙ୍କୁ ଭେଟିବେ ଏହି ଗ୍ରୁପ । ସନ୍ତୋଷଜନକ ଉତ୍ତର ନମିଳିଲେ ରାଜଧାନୀକୁ ଘେରାଉ କରିବେ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ । ଷ୍ଟାଣ୍ଡରେ ବସ୍ ଠିଆ ହୋଇଥିଲା, ହେଲେ ଆସିନଥିଲେ ଡ୍ରାଇଭର । ଗଡିନଥିଲା ଗାଡି । ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଯେପରି ଅଘୋଷିତ ଓଡ଼ିଶା ବନ୍ଦ କରିଦେଇଥିଲା । ବରମୁଣ୍ଡା ବସଷ୍ଟାଣ୍ଡ ହେଉ ଅବା ସବୁଠୁ ବ୍ୟସ୍ତବହୁଳ ବାଦାମବାଡି । ପିଲା ଛୁଆଙ୍କୁ ଧରି ଯାତ୍ରୀ ଘଂଟା ଘଂଟା ଧରି ଚାତକ ପରି ଅନାଇ ରହିଥିଲେ ବସର ଗଡିବା ବାଟକୁ । ବସରେ ସେମିତି ବସି ରହିଥିଲେ ଯାତ୍ରୀ । ଅପେକ୍ଷା କରି କରି ବିରକ୍ତି ହୋଇ ଶେଷରେ ଘରକୁ ଫେରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |