ଆଜି ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ, ୨୫/୦୯ : ଦିନିକିଆ  ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦିନିକିଆ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ରେଳ ଯୋଗେ ସକାଳ ୯ଟାରେ ତାଳଚେର ରୋଡ ପରେ ୯ଟା ୩୦ରେ ଅନୁଗୁଳ ରେଲୱେ ଷ୍ଟେସନରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପରେ ୧୧ଟା ୩୦ ସମୟରେ ବଳରାମ କୋଇଲା ଖଣିର ରେଲୱେ ପରିବହନ କାମର ଅଗ୍ରଗତି ଏବଂ ପରେ ତାଳଚେର ସୁନାଖଣି ରେଲୱେ ଷ୍ଟେସନକୁ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ତାଳଚେର ଅନୁଗୁଳକୁ ସଂଯୋଗ କରୁଥିବା ରେଲୱେ ଲୁପ୍ ଲାଇନ୍‌ର ଅଗ୍ରଗତି, MCL ର ବଳରାମ କୋଇଲା ଖଣିରୁ ରେଳଯୋଗେ କୋଇଲା ପରିବହନ ଏବଂ ତାଳଚେର ବିମଳାଗଡ଼ ମଧ୍ୟରେ ନୂତନ ଭାବେ ନିର୍ମିତ ସୁନାଖଣି ରେଲୱେ ଷ୍ଟେସନକୁ କିପରି ଶୀଘ୍ର ଲୋକାର୍ପଣ କରାଯାଇ ପାରିବ ସେ ବିଷୟରେ ଅନୁଧ୍ୟାନ କରିବେ। ସୁନାଖଣି ରେଲୱେ ଷ୍ଟେସନ କାର୍ଯ୍ୟକ୍ଷମ ହେଲେ ପ୍ରଥମ ଥର ପାଇଁ ଆଖପାଖ ଅଞ୍ଚଳର ଲୋକମାନେ ରେଳ ସେବା ପାଇବାର ସୁଯୋଗ ପାଇବେ।  ଏହା ପରେ କେନ୍ଦ୍ରମନ୍ତ୍ରୀ ବୁଢ଼ାପଙ୍କ ରେଳଷ୍ଟେସନ ଦେଇ ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀ ରେଳଷ୍ଟେସନରେ ପହଞ୍ଚିବେ । ଅପରାହ୍ନ ସାଢେ ୩ଟା ସମୟରେ ମେରାମୁଣ୍ଡଳୀ ରେଳଷ୍ଟେସନ ପରିଦର୍ଶନ କରିବେ । ପରେ ହିନ୍ଦୋଳ ରୋଡ, ସଦାଶିବପୁର ଷ୍ଟେସନ ଦେଇ ସନ୍ଧ୍ୟା ୫ଟାରେ ଢେଙ୍କାନାଳ ମୁଖ୍ୟ ରେଳଷ୍ଟେସନରେ ଯାଇ ପହଞ୍ଚିବେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ୟାମଚରଣପୁର ଓ ଶେଷରେ ଜୋରନ୍ଦା ରୋଡ ରେଳଷ୍ଟେସନକୁ ପରିଦର୍ଶନ କରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମସ୍ତ ରେଳ ଷ୍ଟେସନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ । ଏହା ସହ ରେଳ ବିଭାଗ କିପରି ଟ୍ରେନ ଯାତ୍ରୀଙ୍କୁ ଆହୁରି ଅଧିକ ସୁବିଧା ସୁଯୋଗ ସେବା ଯୋଗାଇପାରିବ ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ତଦାରଖ କରିବେ ବୋଲି ଜଣାପଡିଛି । ଏହି ଅବସରରେ ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକଙ୍କ ସମେତ ଏକ ଉଚ୍ଚସ୍ତରୀୟ ପଦାଧିକାରୀ ଦଳ କେନ୍ଦ୍ରମନ୍ତ୍ରୀଙ୍କ ସହ ସାମିଲ ରହିବେ । କେନ୍ଦ୍ରମନ୍ତ୍ରୀ ଏହି ରେଳ ପଦାଧିକାରୀଙ୍କ ସହ ଏହି ଷ୍ଟେସନ ଗୁଡି଼କର ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ରେଳ ଯାତ୍ରୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭିନ୍ନ ଯାତ୍ରୀଙ୍କ ଠାରୁ ମତାମତ ନେବେ। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ସ୍ୱତନ୍ତ୍ର ଗସ୍ତ କାର୍ଯ୍ୟକ୍ରମ ପାଇଁ ରେଳ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନମାନଙ୍କରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି ।ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: