ଭୁବନେଶ୍ୱରୟ,୮।୩ : ଆଜି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ଭଳି ଏହି ଦିନକୁ ସାରା ବିଶ୍ୱରରେ ମହିଳାଙ୍କ ପାଇଁ ପାଳନକରାଯାଏ। ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ବୀକୃତି ଓ ସମ୍ବର୍ଦ୍ଧନା ଏହି ଦିନରେ ଦିଆଯାଇଥାଏ ।ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଲିଙ୍ଗଗତ ପ୍ରଭେଦ ଦୂର କରି ମହିଳାଙ୍କ ସଫଳତା ତଥା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ପ୍ରଦର୍ଶନକୁ ପାଳନ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮ରେ ଏହି ଦିବସ ପାଳନ କରାଯାଏ। ଏହି ଦିନ ମହିଳାମାନଙ୍କର ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ସଫଳତାକୁ ପାଳନ କରାଯାଏ। ଏହି ଦିବସରେ ପ୍ରତ୍ୟେକ ବର୍ଗର ମହିଳାମାନଙ୍କ ଅସାଧାରଣ ଭୂମିକା, ସାହସ ଏବଂ ନିଷ୍ଠାପର କାର୍ଯ୍ୟର ଆଲୋଚନା କରାଯାଇଥାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |