ଆଜି ଆରମ୍ଭ ହେଉଛି ଫୁଟବଲ୍ ମହାକୁମ୍ଭ

ନୂଆଦିଲ୍ଲୀ,୨୦/୧୧: ଆଜିଠୁ ଫୁଟବଲ୍ ମହାକୁମ୍ଭ|ଆଜି ଆରମ୍ଭ ହେଉଛି ଫିଫା ବିଶ୍ବକପ୍‌ର ୨୨ତମ ସଂସ୍କରଣ । କାତାରର ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଆୟୋଜକ ଦଳ ସହିତ ଇକ୍ବେଡ଼ରର ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବ।  ଦୋହା ସମେତ ୫ଟି ସହରରେ ଜମିଲାଣି ଭିଡ଼ । ଆଉ କିଛି ଘଣ୍ଟାର ଅପେକ୍ଷା । ଅଲ୍‌ ଖୋର ସହରର ଅଲ ବେତ୍‌ ଷ୍ଟାଡିୟମରେ ବାଜି ଉଠିବ ଫିଫା (ଫେଡେରେସନ୍‌ ଇଣ୍ଟରନ୍ୟାସନାଲ ଡି ଫୁଟବଲ ଆସୋସିଏସନ୍‌) ବିଶ୍ୱକପ୍‌ ମହାସମରର ବିଗୁଲ । ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ ମିନିଟରୁ ଆରମ୍ଭ ହେବ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ । ବିଶ୍ୱର ବହୁ ପ୍ରସିଦ୍ଧ କଳାକାର ପରିବେଷଣ କରିବେ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିବ କତାରର ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟ । କଳା ଓ ସଂସ୍କୃତି ଝଲକରେ ସାରା ବିଶ୍ୱକୁ କିଛି ନୂଆ ବାର୍ତ୍ତା ଦେବ କତାର । ଦୁଇ ଘଣ୍ଟାର ଉଦ୍‌ଘାଟନୀ ଉତ୍ସବର ପ୍ରତ୍ୟକ୍ଷ ରୋମାଞ୍ଚ ନେବେ ୬୦ ହଜାର ଦର୍ଶକ । ଉଦ୍‌ଘାଟନୀ ଉତ୍ସବର ଟିକେଟ୍‌ ପାଇଥିବା ଲକି ପ୍ରଶଂସକଙ୍କ ଆଖିରେ ନିଦ ନାହିଁ । ସେହି ମୁହୂର୍ତ୍ତକୁ ଅପେକ୍ଷା, କେତେବେଳେ ଖୋଲିବ ଅଲ ବେତ୍‌ ଷ୍ଟାଡିୟମର ଫାଟକ । ଉତ୍ସବ ଶେଷ ହେବା ପରେ ରାତି ୯ଟା ୩୦ ମିନିଟରୁ ଆରମ୍ଭ ହେବ ଆୟୋଜକ କତାର-ଇକ୍ୱେଡର ଉଦ୍‌ଘାଟନୀ ମୁକାବିଲା । ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ ଭାରତର ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସେ କତାର ସରକାରଙ୍କ ଠାରୁ ନିମନ୍ତ୍ରଣ ପାଇଛନ୍ତି । ଉପ ରାଷ୍ଟ୍ରପତି ଆସନ୍ତା ୨୦ରେ କତାର ଯାତ୍ରା କରି ୨୧ ତାରିଖରେ ବାହୁଡ଼ି ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଠାରୁ ଫିଫା ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଏବଂ ଡିସେମ୍ବର ୩ ତାରିଖରୁ ନକ୍‌ଆଉଟ୍‌ ପର୍ଯ୍ୟାୟ ଆରମ୍ଭ ହେବ । ଡିସେମ୍ବର ୧୩ ଓ ୧୪ରେ ସେମି ଫାଇନାଲ ଏବଂ ୧୮ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: