ଭୁବନେଶ୍ୱର,୨୫ ।୩: ଆଜି ସମଗ୍ର ବିଶ୍ବରେ ପାଳନ ହେବାକୁ ଯାଉଛି earth hour । world wide fond for nature(wwf)ଦ୍ୱାରା ସୃଷ୍ଟି ହେଇଥିବା ଏହି ଦିବସଟି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ପାଳିତ ହୋଇଥାଏ। ପୃଥିବୀ ପାଇଁ ଘଣ୍ଟାଟିଏ । ଆଜି ୧ ଘଣ୍ଟା ପାଇଁ ବନ୍ଦ ରହିବ ଲାଇଟ୍ । ଆର୍ଥ ଆୱାରରେ ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ସମସ୍ତ ଲାଇଟ୍ ବନ୍ଦ ରଖିବା ଲାଗି ଆହ୍ୱାନ ଦିଆଯାଇଛି । ପୃଥିବୀର ସୁରକ୍ଷା ଲାଗି ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ଲାଇଟ୍କୁ ସୁଇଚ୍ ଅଫ୍ କରିଥାନ୍ତି ।ଆଜି ରାତି 8ଟା30ରୁ 9ଟା30 ପର୍ଯ୍ୟନ୍ତ ଏହି ଆର୍ଥ hour ପାଳନ କରାଯିବା ସହ ସେହି 1 ଘଣ୍ଟା ଅନ୍ଧକାରରେ ବିତାଇବେ ବିଶ୍ୱବାସୀ । 2008 ରୁ ଏହି ଦିବସ ବିଶ୍ୱ ସ୍ତରରେ ପାଳିତ ହେଉଥିବା ବେଳେ 190 ଦେଶ ଏହାକୁ ପାଳନ କରିଆସୁଛନ୍ତି ଏହି ଅବସରରେ ଆର୍ଥ hour ର ବ୍ରାଣ୍ଡ ଆମ୍ବାସାଡ଼ର ତଥା ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି ।ଯେହେତୁ 2023ରେ ଏହି ଐତିହାସିକ କ୍ୟାମ୍ପେନର ନାମ switch off ରହିଛି। ତେଣୁ switch off ର ବାର୍ତ୍ତା ଏହି ବାଲୁକାକଳା ମାଧ୍ୟମରେ ଦେଇଛନ୍ତି ସୁଦର୍ଶନ ।ଏହା ସହିତ ଏହି ଆର୍ଥ hour ଦିବସକୁ ମାନି ଆଜିର ଦିନରେ ରାତି 8ଟା30 ରୁ 9ଟା30 ପର୍ଯ୍ୟନ୍ତ ସମସ୍ତ ଲାଇଟ ବନ୍ଦ ରଖିବାକୁ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି। ବାଲୁକାକଳା ଟିରେ ସୁନ୍ଦର ଭାବରେ ଲାଇଟ ବଲବ ଗୁଡିକୁ ସଜେଇଛନ୍ତି ସୁଦର୍ଶନ। ଏହି ଦିବସକୁ ପାଳନ କରିବା ପାଇଁ ଘଣ୍ଟାଏ ଅନ୍ଧାରରେ ରହିବାକୁ ପଡେ ସତ ହେଲେ ଯେତିକି ପରିମାଣର ବିଦ୍ୟୁତ ଏହି ଦିନରେ ସଞ୍ଚୟ ହେବ। ତାହା ସମଗ୍ର ବିଶ୍ୱର ଭବିଷ୍ୟତ ଆଲୋକିତ କରିବା ଦିଗରେ ସହାୟକ ହେବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |