ଆଜି ଇଂଲଣ୍ଡ-ଭାରତ ୩ୟ ଦିନିକିଆ

ମାଞ୍ଚେଷ୍ଟର, ୧୭/୦୭:ଆଜି ଇଂଲଣ୍ଡ-ଭାରତ ୩ୟ ଦିନିକିଆ | ମଞ୍ଚେଷ୍ଟରସ୍ଥିତ ଇମିରେଟ୍‌ସ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଏହି ମୁକାବିଲା ଭାରତୀୟ ସମୟ ଅନୁସାରେ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଶୃଙ୍ଖଳା ୧-୧ରେ ରହିଥିବାରୁ, ଅନ୍ତିମ ମୁକାବିଲା ହାତେଇବା ପାଇଁ ଉଭୟ ଦଳ ଉଦ୍ୟମ କରିବେ । ପ୍ରଥମ ମୁକାବିଲାରେ ଭାରତ ୧୦ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ଘରୋଇ ଦଳ ଦ୍ୱିତୀୟ ଦିନିକିଆରେ ଏହାର ପ୍ରତିଶୋଧ ନେଇଥିଲା । ଅତିଥି ଟିମ୍‌କୁ ଇଂଲଣ୍ଡ ଦ୍ୱିତୀୟ ମ୍ୟାଚରେ ୧୦୦ ରନ୍‌ରେ ପରାସ୍ତ କରିଥିଲା । ଲର୍ଡସରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ସମସ୍ତ ୱିକେଟ ହରାଇ ୨୪୬ ରନ୍ ସଂଗ୍ରହ କରିଥିଲା । ଟିମ୍ ଇଣ୍ଡିଆ ୨୪୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା । କିନ୍ତୁ ଦଳର ବ୍ୟାଟରମାନେ କ୍ରମାଗତ ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ପୂରା ଟିମ୍ ୩୮.୫ ଓଭରରେ ୧୪୬ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଭାରତର ଓପନର ଅଧିନାୟକ ରୋହିତ ଶର୍ମା ଏବଂ ଶିଖର ଧୱନ ପ୍ରଥମ ଦିନିକିଆରେ ଶତକୀୟ ଭାଗିଦାରୀ ବଳରେ ଏକତରଫା ୧୦ ୱିକେଟରେ ମ୍ୟାଚ ବିଜୟୀ ହୋଇଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚରେ ଏହାର ମଧୁର ପ୍ରତିଶୋଧ ନେଇଥିଲା ଇଂଲଣ୍ଡ । ଟିମ ଇଣ୍ଡିଆକୁ ଅଲ ଆଉଟ କରି ୧୦୦ ରନର ବିଜୟ ହାସଲ କରିଥିଲା । ଲର୍ଡସରେ ଭାରତ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜା ବ୍ୟକ୍ତିଗତ ଭାବେ ସର୍ବାଧିକ ୨୯-୨୯ ରନ୍ ସଂଗ୍ରହ କରିଥିଲେ । ଉଭୟ ୪୪ଟି ଲେଖାଏଁ ବଲ୍ ଖେଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଚୌକା ମାରିଥିବା ବେଳେ ଜାଦେଜା ଗୋଟିଏ ଚୌକା ଓ ଗୋଟିଏ ଛକା ମାରିଥିଲେ । ଯୁବ କ୍ରିକେଟର ସୂର୍ଯ୍ୟକୁମାର ୨୭ ରନ୍‌, ବିରାଟ କୋହଲି ୧୬ ରନ୍ ସଂଗ୍ରହ କରିଥିଲେ । ସେହିପରି ମହମ୍ମଦ ସାମି ୨୩ ରନ୍ ସଂଗ୍ରହ କରିଥିବା ବେଳେ ଭାରତର ଅନ୍ୟ ବ୍ୟାଟରମାନଙ୍କ ବ୍ୟାଟିଂ ଉତ୍ସାହଜନକ ନଥିଲା । ଇଂଲଣ୍ଡ ଭାରତ ମଧ୍ୟରେ ମୋଟ ୧୦୫ ଦିନିକିଆ ମ୍ୟାଚ ଖେଳାଯାଇଛି । ତେବେ ଏଥିରୁ ୪୪ ଟି ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଥିବା ବେଳେ ୫୬ଟି ମ୍ୟାଚ ଭାରତ କବଜାରେ ରହିଛି । କିନ୍ତୁ ଏହି ମଇଦାନରେ ବଳୀୟାନ ରହିଛି ଇଂଲିଶ କ୍ରିକେଟ । ଉଭୟ ଦଳ ୪ ଥର ମୁହାଁମୁହିଁ ହୋଇଥିବା ବେଳେ ମାତ୍ର ଗୋଟିଏ ଥର ବିଜୟର ସ୍ୱାଦ ଚାକିଛି ମେନ ଇନ ବ୍ଲୁ । ବାକି ସମସ୍ତ ମ୍ୟାଚରେ ଇଂଲଣ୍ଡ କବଜା କରି ବସିଛି । ତେଣୁ ଆଜିର ଏହି ମ୍ୟାଚ ଖୁବ ରୋମାଞ୍ଚକର ରହିବ । ତେବେ ସମସ୍ତଙ୍କ ନଜର ଉଭୟ ଦଳର ପ୍ଲେଇଙ୍ଗ ୧୧ ଉପରେ ରହିବ ।

  ଇଂଲଣ୍ଡ  ଦଳ:

ଜାସନ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋସ ବଟଲର(ଅଧିନାୟକ), ଲିୟାମ ଲିଭିଙ୍ଗଷ୍ଟୋନ, ମୋଇନ ଅଲୀ, କ୍ରେଗ ଓଭରଟନ, ଡାଭିଡ ୱିଲି, ବ୍ରାୟଡନ କାର୍ସ ଏବଂ ରୀସ ଟପଲି

ଭାରତର  ଦଳ:

ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମୀ, ଯଶପ୍ରୀତ ବୁମରାହ, ୟୁଜବେନ୍ଦ୍ର ଚହଲ ଏବଂ ପ୍ରସିଦ୍ଧ କୃଷ୍ଣା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: