ଆଜି ଇଣ୍ଡିଆ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ

ହାଇଦ୍ରାବାଦ,୧୮।୧: ଆଜି  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ଦିନିକିଆ ଖେଳାଯିବ। ଗତ ଦିନିକିଆ ବିଶ୍ବକପ୍‌ର ରନର୍ସଅପ୍‌ ନ୍ୟୁଜିଲାଣ୍ଡ ଭଲ ଦଳ ହୋଇଥିଲେ ମଧ୍ୟ ଘରୋଇମାଟିରେ ଭାରତର ରେକର୍ଡ ମଧ୍ୟ ବହୁତ ଭଲ। ଏହି ଶୃଙ୍ଖଳା ଜିତିବା ପାଇଁ ଭାରତ ଫେଭରିଟ୍‌ ଥିଲେ ହେଁ ନ୍ୟୁଜିଲାଣ୍ଡ ଦଳରେ ଏପରି ଖେଳାଳି ଅଛନ୍ତି; ଯେଉଁମାନେ ମ୍ୟାଚ୍‌ ବିଜେତା ପ୍ରମାଣିତ ହୋଇପାରନ୍ତି। ଶ୍ରୀଲଙ୍କାକୁ ୩-୦ରେ ମୂଳପୋଛ କରିବାର ମାତ୍ର ୩ ଦିନ ପରେ ରୋହିତ ଶର୍ମାଙ୍କ ଭାରତୀୟ ଦଳ ଆଉ ଏକ ଦିନିକିଆ ଶୃଙ୍ଖଳା ପାଇଁ ପ୍ରସ୍ତୁତ ହୋଇଗଲାଣି। ଏଥର ପ୍ରତିଦ୍ବନ୍ଦ୍ବୀ ରହିଛି ନ୍ୟୁଜିଲାଣ୍ଡ୍‌। ଏହି ଦୁଇ ଦଳ ମଧ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ସୀମିତ ଓଭର (ଦିନିକିଆ ଓ ଟ୍ବେଣ୍ଟି-୨୦) ଶୃଙ୍ଖଳା। ପ୍ରଥମେ ଦିନିକିଆ ଶୃଙ୍ଖଳା ହାଇଦ୍ରାବାଦରୁ ହଁ ଆରମ୍ଭ ହେବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତ ୩-୦ରେ ଶ୍ରୀଲଙ୍କାଙ୍କୁ ପରାସ୍ତ କରିଥିଲା ବେଳେ ପାକିସ୍ତାନକୁ ତା’ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ୨-୧ରେ ପରାସ୍ତ କରି ଏଠାକୁ ଆସିଛି। ତେଣୁ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଘରୋଇ ପରିବେଶରେ ବି ଭାରତକୁ କଡ଼ା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ।  ଅନ୍ୟପଟେ ଭାରତକୁ କଡା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି ନ୍ୟୁଜଲାଣ୍ଡ ଟିମ୍। ଘରୋଇ ପରିବେଶରେ 2010ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଟିମ 25ଟି ଦ୍ବିପାକ୍ଷୀକ ସିରିଜ ଖେଳି 22ଟିରେ ଜିତିଛି। ଏହି ରେକର୍ଡକୁ ବଜାୟ ରଖିବାକୁ ଘରୋଇ ଦଳ ଜୋର ଲଗାଇବ। ଆଗକୁ ବିଶ୍ବକପ ଆସୁଥିବା ବେଳେ ରୋହିତ ବାହିନୀ ସାମର୍ଥ୍ୟ ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: