ଆଜି ଉଦଘାଟନ ହେବ ଧୁଚୁରାପଡ଼ା-କଚେରି ଛକ ଫ୍ଲାଇଓଭର

ସମ୍ୱଲପୁର ୨୧/୧୦: ଆଜି ଉଦଘାଟନ ହେବ  ସମ୍ବଲପୁର ଫ୍ଲାଏ ଓଭର୍ ବ୍ରିଜ୍ । ଏଥିରେ ଦୁର୍ଘଟଣା କମାଇବା ପାଇଁ ଲଗାଯାଇଛି ଅତ୍ୟାଧୁନିକ ଲାଇଟ୍ । ଏହି ଲାଇଟ୍ ଦ୍ୱାର ପୂର୍ତ୍ତ ବିଭାଗର ଖର୍ଚ୍ଚ କମ୍ ହେବ ବୋଲି ବିଦ୍ୟୁତକରଣ କରିଥିବା ସଂସ୍ଥା ବିରାଜ ଇଲେକ୍ଟ୍ରିକାଲ ଆଣ୍ଡ କନଷ୍ଟ୍ରକସନ୍ ପକ୍ଷରୁ କୁହାଯାଇଛି ।ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଶୁକ୍ରବାର ସଂଧ୍ୟା ୪ଟାରେ ଏହାର ଉଦ୍‌ଘାଟନ କରିବେ। ଏହାଛଡ଼ା ସ୍ଥାନୀୟ ଜନ ପ୍ରତିନିଧିମାନେ ଉପସ୍ଥିତ ରହିବେ।ସାଢ଼େ ୬ ବର୍ଷ ଧରି କାମ ଚାଲିଥିବା ଏହି ଫ୍ଲାଇଓଭର୍ ଓ ତତ୍ସସଂଲଗ୍ନ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ହୋଇପାରି ନାହିଁ।ଯୋଜନା ଆରମ୍ଭରୁ ଆଜି ଯାଏଁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ   ଏହି ଫ୍ଲାଇଓଭର୍‌ର   ବିବାଦ ରହିଛି। ଶୁକ୍ରବାର ଲୋକାର୍ପଣ ହେଲା ପରେ ଅବଶିଷ୍ଟ କାମକୁ ମାସେ ଭିତରେ ସଂପୂର୍ଣ୍ଣ କରି ଫ୍ଲାଇଓଭର୍ ବିବାଦ ଶୂନ୍ୟ କରାଯାଉ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଛି।ସଂସ୍ଥାର କହିବା କଥା , ଲାଇଟ ଗୁଡ଼ିକ ସବୁ ପାନାସୋନିକ୍ କମ୍ପାରୀର । ଏହିଭଳି ଅତ୍ୟାଧୁନିକ ଲାଇଟ୍ ଲଗାଇବାରେ ସମ୍ବଲପୁର ଜିଲ୍ଲା ପ୍ରଥମ । ଏହା ସହ ଏହି ଅତ୍ୟାଧୁନିକ ଲାଇଟ୍ ଦ୍ବାରା ରାସ୍ତା ଉପରେ ବ୍ଲାକ୍ ମାର୍କ ପଡ଼ିବନି ବୋଲି ସଂସ୍ଥା ଦାବି କରିଛି । ଯାହା ଦୁର୍ଘଟଣା ମଧ୍ୟ କମାଇବାରେ ସହାୟକ ହେବ । ଏହା ସହ ଫ୍ଲାଏ ଓଭର ବ୍ରିଜ୍ ଉପରେ ଏପରି ଆଲୋକିକରଣ କରାଯିବା ଦ୍ବାରା ଯାତ୍ରୀମାନେ ସୁରକ୍ଷିତ ଯାତ୍ରା କରିପାରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: