ଆଜି ଉପରାଷ୍ଟ୍ରପତି ନିର୍ବାଚନ: ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୦୮/୦୬:    ଆଜି ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି  । ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ କରାଯିବା ସହିତ ଫଳାଫଳ ମଧ୍ୟ ପ୍ରକାଶ ପାଇବ । ଏନ୍‌ଡିଏ ତରଫରୁ ଏହି ନିର୍ବାଚନ ପଡ଼ିଆରେ ଜଗଦୀପ ଧନଖଡ଼ ଓ ବିରୋଧୀ ଦଳ ମାର୍ଗରେଟ ଆଲ୍‌ଭାଙ୍କୁ ପ୍ରାର୍ଥୀ କରାଯାଇଛି । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍‍ ଗ୍ରହଣ ହେବ। ଏହି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି । ଲୋକସଭା ଓ ରାଜ୍ୟସଭାର ମୋଟ ୭୮୮ ସଦସ୍ୟ ଏହି ନିର୍ବାଚନରେ ଭୋଟ ଦେବେ। ଭୋଟ ଗ୍ରହଣ ପରେ ଏହାର ଗଣତି କରାଯାଇ ଫଳ ପ୍ରକାଶ ପାଇବ। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବ । ଅଗଷ୍ଟ ୧୧ରେ ନୂଆ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ଗଣତନ୍ତ୍ରିକ ଦେଶରେ ଉପରାଷ୍ଟ୍ରପତି ପଦର ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଉପରାଷ୍ଟ୍ରପତି କାମ ଚଳାଇଥାନ୍ତି । ଉପରାଷ୍ଟ୍ରପତିଙ୍କୁ ଅନେକ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ଭାଳିବାକୁ ମଧ୍ୟ ପଡ଼ିଥାଏ । ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ ଦେଇଥାନ୍ତି । ଯେଉଁ ସଦସ୍ୟ ମନୋନୀତ ହୋଇଥାନ୍ତି, ସେମାନଙ୍କୁ ଭୋଟ ଦେବାର ଅଧିକାର ମିଳିଥାଏ । ମୋଟ ଭୋଟ ସଂଖ୍ୟା ୭୮୮ ହେବ । ଏଥିରେ ଲୋକସଭାର ୫୪୩ ଭୋଟ ଓ ରାଜ୍ୟସଭାର ୨୪୩ ସାମିଲ ରହିଛି । କୌଣସି ପ୍ରାର୍ଥୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ଜିତିବାକୁ ହେଲେ ୩୯୪ ଖଣ୍ଡ ଭୋଟ ଦରକାର । ଯେଉଁ ପ୍ରାର୍ଥୀଙ୍କୁ ଏତିକି ପରିମାଣରେ ଭୋଟ ମିଳିବ, ତାଙ୍କର ବିଜୟ ସୁନିଶ୍ଚିତ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: