ଆଜି ଏସିଆ କପ୍‌ ଫାଇନାଲ, ପାକିସ୍ତାନ- ଶ୍ରୀଲଙ୍କା ମୁହାଁମୁହିଁ

ଦୁବାଇ,୧୧/୦୯: ଏସିଆ କପ ପଞ୍ଚଦଶତମ ସଂସ୍କରଣର ଫାଇନାଲ ମ୍ୟାଚ ରବିବାର ଦୁବାଇରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଶ୍ରୀଲଙ୍କା ୬ଷ୍ଠ ଥର ଓ ପାକିସ୍ତାନ ୩ୟ ଥର ଲାଗି ଏସୀୟ ଟ୍ରଫି ଜିତିବାର ଲକ୍ଷ୍ୟ ନେଇ ଖେଳିବେ। ଶ୍ରୀଲଙ୍କା ଲିଗ୍‌ ପର୍ଯ୍ୟାୟର ଦ୍ବିତୀୟ ମ୍ୟାଚରେ ୨ ୱିକେଟରେ ବାଂଲାଦେଶକୁ ପରାସ୍ତ କରି ସୁପର-୪ରେ ପହଞ୍ଚିଥିଲା। ସୁପର-୪ରେ ଦଳ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ, ଦ୍ବିତୀୟ ମ୍ୟାଚରେ ଭାରତକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ସୁପର-୪ର ଶେ​‌ଷ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା। ବ୍ୟାଟିଂରେ ପ୍ରଥୁମ ନିଶଙ୍କା ୧୬୫, କୁଶଳ ମେଣ୍ଡିସ ୧୫୫ରନ କରିଛନ୍ତି।ସେହିପରି ଭାନୁକା ରାଜପକ୍ଷେ, ଅଧିନାୟକ ଦାସୁନ ସନକା ମଧ୍ୟ ଭଲ ଫର୍ମରେ ରହିଛନ୍ତି। ବୋଲିଂରେ ବାମହାତୀ ଦ୍ରୁତ ବୋଲର ଦିଲସାନ ମଧୁସଙ୍କା ଓ ଲେଗ ସ୍ପିନର ୱାନିନ୍ଦୁ ହାସରଙ୍ଗା ୬ ଟି ଲେଖାଏଁ ୱିକେଟ ନେଇଛନ୍ତି। ବ୍ୟାଟିଂ ଓ ବୋଲିଂରେ ଦଳ ସନ୍ତୁଳିତ ରହିଥିବାରୁ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିବା ନେଇ ଦୃଢ ଆଶାବାଦୀ ରହିଛନ୍ତି ଅଧିନାୟକ ଦାସୁନ ସନକା। ଶ୍ରୀଲଙ୍କା ୧୯୮୬, ୧୯୯୭, ୨୦୦୪, ୨୦୦୮ ଓ ୨୦୧୪ରେ ୫ଥର ଚମ୍ପିଆନ ହୋଇଛି। ଦଳ ୬ଷ୍ଠ ଥର ଲାଗି ଏସୀୟ ଟ୍ରଫି ଜିତିବାର ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ବାବର ଆଜାମଙ୍କ ନେତୃତ୍ବାଧିନ ପାକିସ୍ତାନ ପ୍ରଥମ ଲିଗ୍‌ ମ୍ୟାଚରେ ଭାରତ ନିକଟରୁ ୫ ୱିକେଟରେ ପରାଜୟ ସହ ଅଭିଯାନ ଆରମ୍ଭ କରିଥିଲା। ଦଳ ଦ୍ବିତୀୟ ମ୍ୟାଚରେ ହଂକଂକୁ ପରାସ୍ତ କରି ସୁପର-୪ରେ ପ୍ରବେଶ କରିଥିଲା। ସୁପର-୪ର ପ୍ରଥମ ମ୍ୟାଚରେ ଭାରତକୁ ଓ ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।ଦଳ ଫାଇନାଲ ପୂର୍ବରୁ ସୁପର-୪ର ଶେଷ ମ୍ୟାଚରେ ଶ୍ରୀଲଙ୍କା ନିକଟରୁ ୫ ୱିକେଟରେ ପରାଜିତ ହୋଇଛି। ୱିକେଟରକ୍ଷକ ବ୍ୟାଟ୍‌ସମ୍ୟାନ ମହମ୍ମଦ ରିଜ୍‌ୱାନ ୪ଟି ମ୍ୟାଚରୁ ଏପର୍ଯ୍ୟନ୍ତ ଦ୍ବିତୀୟ ସର୍ବାଧିକ ୨୨୬ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫକର ଜମାନ, ଖୁସଦିଲ ସାହା ମଧ୍ୟ ରନ କରୁଛନ୍ତି। ବାବର ଏପର୍ଯ୍ୟନ୍ତ ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ବୋଲିଂରେ ଦ୍ରୁତ ବୋଲର ମହମ୍ମଦ ନୱାଜ ୮ଟି, ଲେଗସ୍ପିନର ସାଦବ ଖାଁ ୭ଟି, ନସିମ ସାହା ୬ଟି ୱିକେଟ ନେଇଛନ୍ତି। ଏସୀୟ ରାଷ୍ଟ୍ରର ଅନ୍ୟତମ ଶକ୍ତିଶାଳୀ ଦଳ ପାକିସ୍ତାନ ୨୦୦୦ ଓ ୨୦୧୨ରେ ଦୁଇଥର ଟ୍ରଫି ଜିତିଛି। ଦଳ ୩ୟ ଥର ପାଇଁ ଟ୍ରଫି ଜିତିବାର ଲକ୍ଷ୍ୟ ରଖିଛି। ପ୍ରତ୍ୟେକ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ତେଣୁ ଶ୍ରୀଲଙ୍କାକୁ ହରାଇବାର ଯଥେଷ୍ଟ କ୍ଷମତା ପାକିସ୍ତାନ ନିକଟରେ ରହିଛି ।

ପାକିସ୍ତାନ: ବାବର ଆଜମ(ଅଧିନାୟକ), ମହମ୍ମଦ ରିଜୱାନ, ଫଖାର ଜମାନ, ଇଫତିଖର ଅହମ୍ମଦ, ଖୁଶଦିଲ ଶାହ, ଶଦାବ ଖାନ, ଅସିଫ ଅଲି, ମହମ୍ମଦ ନୱାଜ, ନସିମ ଶାହ, ହ୍ୟାରିସ ରୌଫ, ମହମ୍ମଦ ହସନୈନ ।

ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଳ ମେଣ୍ଡିସ, ଚରିଥ ଆଶାଲଙ୍କା, ଦନୁଷ୍କା ଗୁଣତିଳକ, ଡାସୁନ ଶଣକା(ଅଧିନାୟକ), ଭାନୁକା ରାଜାପାକ୍ସା, ୱାନିଣ୍ଡୁ ହସରଙ୍ଗା, ଚାମିକା କରୁଣାରତ୍ନା, ମହୀଶ ତିକ୍ଷଣା, ଅସିଥା ଫର୍ଣ୍ଣାଣ୍ଡୋ, ଦିଲସାନ ମଡୁଶଙ୍କା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: