ନୂଆଦିଲ୍ଲୀ,୨୮।୦୩ :ଟ୍ରେଡ୍ ୟୁନିଅନ ପକ୍ଷରୁ ଦୁଇଦିନିଆ ଅର୍ଥାତ୍ ମାର୍ଚ୍ଚ ୨୮ ଓ ୨୯ ତାରିଖ ଦିନ ଭାରତ ବନ୍ଦ ପାଇଁ ଘୋଷଣା କରାଯାଇଛି ।କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ଟ୍ରେଡ ୟୁନିୟନ ଗୁଡିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ଓ ଆସନ୍ତାକାଲି ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟ ହେବ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଦିନ ଧରି ବନ୍ଦ କରାଯିବ। ଦିଲ୍ଲୀରେ ଟ୍ରେଡ ସଙ୍ଗଠନ ଗୁଡିକ ରବିବାର ଏ ସଂପର୍କରେ ବୈଠକ କରି ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କର୍ମଚାରୀ ସଙ୍ଗଠନ ଗୁଡିକ ଏହାକୁ ସମର୍ଥନ ଜଣାଇଛନ୍ତି। ବିଶେଷକରି ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଗୁଡିକ ଧର୍ମଘଟରେ ସାମିଲ ହୋଇଥିବାରୁ ଦୁଇଦିନ ଧରି ବ୍ୟାଙ୍କ ସେବା ପ୍ରଭାବିତ ହେବ। ଧର୍ମଘଟକୁ ସଫଳ କରିବାକୁ ଦେଶର ୧୦ଟି ଟ୍ରେଡ ସଙ୍ଗଠନର କର୍ମକର୍ତ୍ତା ଆହ୍ୱାନ ଦେଇଛନ୍ତି ।ଆଜି ପଶ୍ଚିମବଙ୍ଗ, କେରଳ ସମେତ କିଛି ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ହାୱଡ଼ାରେ କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିଛନ୍ତି । ୟୁନିଅନର କହିବା ମୁତାବକ, ଏହି ବନ୍ଦ ଡାକରା ସରକାରୀ କର୍ମଚାରୀ, ଚାଷୀ ଓ ସାଧାରଣ ନାଗରିକଙ୍କୁ ପ୍ରଭାବିତ କରୁଥିବା ନୀତି ବିରୋଧରେ ଦିଆଯାଇଛି । ଏଥିରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ସଡ଼କପଥ, ବିଦ୍ୟୁତ କର୍ମଚାରୀମାନେ ଯୋଗଦେଇଛନ୍ତି । ଏହା ଅନେକ ସେବା ଉପରେ ପ୍ରଭାବ ପକାଇପାରେ । ଭାରତ ବନ୍ଦ ଯୋଗୁଁ ୨ ଦିନ ପାଇଁ ସମସ୍ତ ବ୍ୟାଙ୍କ ସେବା ବନ୍ଦ ରହିବ । କିନ୍ତୁ ଅନଲାଇନ୍ ବ୍ୟାଙ୍କ ସେବା ବନ୍ଦ ରହିବ । ହରିୟାଣାରେ ଧର୍ମଘଟ ଯୋଗୁଁ ୩୦୦୦ ବସ୍ ଚଳାଚଳ ବନ୍ଦ ହୋଇଛି । ପଶ୍ଚିମବଙ୍ଗର ହାୱାରାରେ ଏହାର ମିଶ୍ରିତ ପ୍ରଭାବ ଦେଖାଇଲା । କୌଣସି ସ୍ଥାନରେ ବଜାର ଏବଂ ଅନ୍ୟାନ୍ୟ ସେବା ବନ୍ଦ କରାଯାଉଥିବା ଦେଖିବାକୁ ମିଳିଛି ।କେନ୍ଦ୍ର ସରକାରଙ୍କ ଆଇନ କର୍ମଚାରୀ, କୃଷକ ଓ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ଏହି ବନ୍ଦ ଡାକରାରେ ପରିବହନ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ସାମିଲ ହେବେ । ସେମାନଙ୍କ ସହ ରେଳ ଓ ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ତଥା କୋଇଲା, ଇସ୍ପାତ, ତୈଳ, ଟେଲିକମ୍ ବିଭାଗ କର୍ମଚାରୀ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ୧୨ ଦଫା ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି । ଆନ୍ଦୋଳନ ସମୟରେ କଳକାରଖାନା, ଦୋକାନ ବଜାର, ବସ୍ ଟ୍ରକ୍ ଚଳାଚଳ ଓ ପରିବହନ ସେବା ବନ୍ଦ ରହିବ । ଧର୍ମଘଟକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ହିଂସା ରୋକିବାକୁ ଗୁରୁତ୍ବ ଦିଆଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ଧର୍ମଘଟ ଉପରେ ଗୁରୁତ୍ବ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |