ନୂଆଦିଲ୍ଲୀ, ୧୯।୧:ଆଜି କର୍ଣ୍ଣାଟକ ,ମହାରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ |ଆଜି କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇଟି ରାଜ୍ୟରେ ପାଖାପାଖି ୬0ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବା ସହ ଉଦ୍ଘାଟନ କରିବାର ରହିଛି କାର୍ଯ୍ୟକ୍ରମ। ପ୍ରଥମେ ପିଏମ ମୋଦି କର୍ଣ୍ଣାଟକର ୟାଦଗିରି ଏବଂ କାଲାବୁରାଗି ଜିଲ୍ଲା ଗସ୍ତ କରିବେ। ୟାଦଗିରି ଜିଲ୍ଲାର କୋଡେକାଲରେ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଜଳସେଚନ, ପାନୀୟଜଳ ଏବଂ ଜାତୀୟ ରାଜପଥ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ପରେ ଅପରାହ୍ନ ୨.୧୫ରେ କାଲାବର୍ଗୀ ଜିଲ୍ଲାର ମାଲଖେଡରେ ପହଞ୍ଚି ସେଠାରେ ନୂତନ ଭାବେ ଘୋଷିତ ରାଜସ୍ବ ଗ୍ରାମଗୁଡିକର ଯୋଗ୍ୟ ହିତାଧିକାରୀଙ୍କୁ ଟାଇଟେଲ୍ ଡିଡ୍ ବଣ୍ଟନ କରିବା ସହିତ ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପରେ ମହାରାଷ୍ଟ୍ର ଜସ୍ତରେ ଯାଇ ଅପରାହ୍ନ ପ୍ରାୟ ୫ଟା ସମୟରେ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ଏକାଧିକ ବିକାଶମୂଳକ କାର୍ଯ୍ୟର ଉଦଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିବେ । ଅପରାହ୍ନ ପ୍ରାୟ ୬.୩୦ ସମୟରେ ପ୍ରଧାନମନ୍ତ୍ରୀ ମୋଦି ମୁମ୍ବାଇ ମେଟ୍ରୋର ଦୁଇଟି ଲାଇନର ଉଦଘାଟନ କରିବା ସହ ମେଟ୍ରୋରେ ଯାତ୍ରା କରିବେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |