ଆଜି କଳିଙ୍ଗରେ ୱେଲ୍ସକୁ ଭେଟିବ ଭାରତ

ଭୁବନେଶ୍ବର,୧୯।୧ : ଆଜି କଳିଙ୍ଗରେ ୱେଲ୍ସକୁ ଭେଟିବ ଭାରତ|ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ହକି ଦଳ ଆଜି  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ  ୱେଲ୍ସକୁ ଭେଟିବ। ରାଉରକେଲାରେ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଘରୋଇ ଦଳ ଗୋଟିଏ ବିଜୟ ସ୍ପେନ୍‌ (୨-୦) ବିପକ୍ଷରେ ପାଇଥିଲା ବେଳେ ଇଂଲଣ୍ଡ ସହ ଗୋଲ୍‌ଶୂନ୍ୟ ଅମୀମାଂସିତ ରଖିଥିଲା। ଫଳରେ ଦଳ ଏବେ ଇଂଲଣ୍ଡ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ ପଛରେ ରହିଛି।   ତେଣୁ ଗୁରୁବାର ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ଜିତି ପୁଲ୍‌-ଡି’ର ଶୀର୍ଷ ସହ ସିଧାସଳଖ କ୍ବାର୍ଟରଫାଇନାଲ୍‌ ସ୍ଥାନ   ଲକ୍ଷ୍ୟରେ ରହିଛି ଭାରତ। ଚଳିତ ପୁରୁଷ ହକି ବିଶ୍ବକପରେ ଆୟୋଜକ ଭାରତ ଗୁରୁବାର କଳିଙ୍ଗ ଷ୍ଟାଡ଼ିୟମରେ ପୁଲ-ଡି ର ଅନ୍ତିମ ଲିଗ୍‌ ମ୍ୟାଚ ନବାଗତ ୱେଲ୍‌ସ ବିପକ୍ଷରେ ଖେଳିବ। ଉଭୟ ଦଳ ବିଶ୍ବକପରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ପୁଲ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଭାରତ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚ ଇଂଲଣ୍ଡ ସ​‌ହ ଗୋଲ ଶୂନ୍ୟ ଡ୍ର ରଖିଥିଲା। ଭାରତ ଦୁଇଟି ମ୍ୟାଚରୁ ୪ଟି ପଏଣ୍ଟ ପାଇ ପୁଲର ୨ୟ ସ୍ଥାନରେ ରହିଛି। ତେବେ ଇଂଲଣ୍ଡ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ଗୋଲ ବ୍ୟବଧାନ ବଳରେ ପୁଲ୍‌ର ୧ ନମ୍ବର ସ୍ଥାନରେ ରହିଛି। ଭାରତର ଗୋଲ୍‌ ବ୍ୟବଧାନ +୨ ଥିବା ବେଳେ ଇଂଲଣ୍ଡର +୫ ରହିଛି। ଅନ୍ୟପଟେ ସ୍ପେନ ୩ ପଏଣ୍ଟ ସହ ୩ୟ ସ୍ଥାନରେ ରହିଥିବାବେଳେ ଗୋଲ ବ୍ୟବଧାନ +୨ ରହିଛି। ୱେଲ୍‌ସ ଏପର୍ଯ୍ୟନ୍ତ ପଏଣ୍ଟ ଖାତା ଖୋଲି ପାରିନାହିଁ। ଦେଖିବାକୁ ଗଲେ ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତ ପୁଲ୍‌ରେ ଏବେ ଭଲ ସ୍ଥିତିରେ ରହିଛି। ଯଦି ଭାରତ ବଡ ବ୍ୟବଧାନରେ ୱେଲ୍‌ସକୁ ପରାସ୍ତ କରେ ତେବେ ପୁଲ ଶୀର୍ଷ ସ୍ଥାନ ସହ ସିଧାସଳଖ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବାର ସୁଯୋଗ ରହିବ। ସେହିପରି ଇଂଲଣ୍ଡ-ସ୍ପେନ୍‌ ମ୍ୟାଚ ଉପରେ ମଧ୍ୟ ଭାରତର ସିଧାସଳଖ କ୍ବାର୍ଟରଫାଇନାଲ ରାସ୍ତା ନିର୍ଭର କରୁଛି। ଇଂଲଣ୍ଡ ଯଦି ସ୍ପେନକୁ ବଡ ବ୍ୟବଧାନରେ ପରାସ୍ତ କରେ ତେବେ ଭାରତ ୱେଲ୍‌ସକୁ ପରାସ୍ତ କରିଲେ ମଧ୍ୟ ସିଧାସଳଖ କ୍ବାର୍ଟରକୁ ଉନ୍ନୀତ ହେବା ନେଇ ଆଶଙ୍କା ରହିବ। ଅନ୍ୟପକ୍ଷରେ ପୁଲର ଦ୍ବିତୀୟ ଓ ୩ୟ ସ୍ଥାନ ହାସଲ କରିବାକୁ ଥିବା ଦଳ କ୍ବାର୍ଟର ଫାଇନାଲ ଟିକଟ ପାଇଁ ଅନ୍ୟ ପୁଲର ନମ୍ବର ୨ ଓ ୩ ୟ ଦଳ ସହିତ କ୍ରସ ଓଭର ମ୍ୟାଚ ଖେଳିବାକୁ ପଡିବ। ରେକର୍ଡ ଓ ସାଂପ୍ରତିକ ଫର୍ମ ଅନୁସାରେ ୱେଲ୍‌ସ ବିପକ୍ଷରେ ଭାରତର ବିଜୟ ୧୦୦ ପ୍ରତିଶତ ରହିଛି।ସିଧାସଳଖ କ୍ବାର୍ଟର ଫାଇନାଲକୁ ଯିବାକୁ ହେଲେ ଭାରତକୁ ଟେବୁଲ ଟପର ହେବାକୁ ପଡିବ। ଅଭିଜ୍ଞତାପୂର୍ଣ୍ଣ ଭାରତୀୟ ଦଳକୁ ଟକ୍କର ଦେବାକୁ ଓ୍ବେଲ୍ସ୍ ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। କଳିଙ୍ଗ ଷ୍ଟାଡିୟମରେ ଆଜି ପୁରୁଷ ହକି ବିଶ୍ବକପର 4ଟି ମ୍ୟାଚ ଖେଳାଯିବ। ପୁଲ ସି’ର ପ୍ରଥମ ମ୍ୟାଚ ଦିନ 1ଟାରେ ମାଲେସିଆ ଓ ନ୍ୟୁଜିଲାଣ୍ଡ, ଅପରାହ୍ନ 3ଟାରୁ ଚିଲି ଓ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ପରେ ଅପରାହ୍ନ 5ଟାରେ ପୁଲ ଡି’ରେ ସ୍ପେନ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ଥିବା ବେଳେ ସନ୍ଧ୍ୟା 7ଟାରେ ଓ୍ବେଲ୍ସକୁ ଭେଟିବ ଭାରତୀୟ ଦଳ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: