ଆଜି କୁଡୁମୀ ସେନା ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା

ବାରିପଦା,୨୧ା୩: ଆଜି ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା |କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଜି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ କୁଡୁମୀସେନା ପକ୍ଷରୁ ୬ ଘଣ୍ଟିଆ ହରତାଳ କରାଯାଉଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ କୁଡୁମୀସେନା ପକ୍ଷରୁ ମୟୂରଭଞ୍ଜ ବନ୍ଦ ପାଳନ କରାଯାଉଛି। କୁଡୁମୀସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରି ଜାତୀୟ ରାଜପଥ ଅବରୋଧ କରିଥିବା ପରିଲକ୍ଷିତ ହେଉଛି। ଏହି ବନ୍ଦର ପ୍ରଭାବରେ ଜାତୀୟ ରାଜପଥରେ ଶହଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି।ଆଜି ମୟୁରଭଞ୍ଜରେ କୁଡୁମୀ ସେନା ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୁଡୁମୀ ସେନା । କୁଡୁମୀ ସମ୍ପଦାୟ ଏବଂ ଏସଟି ତାଲିକାକୁ ନେଇ ଏହି ଦାବି କରାଯାଇଥିବା ବେଳେ ପିକେଟିଂ ସହ ସ୍ଥାନେ ସ୍ଥାନେ ଚକ ଅଖ ବନ୍ଦ କରିଛି କୁଡୁମୀ ସେନା । କୁଡୁମୀ ସମ୍ପ୍ରଦାୟକୁ ଏସଟି ତାଲିକାଭୁକ୍ତ କରିବା ଦାବି ନେଇ ଆଜି ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଚାଲୁ ରହିବ ବୋଲି କହିଛି କୁଡୁମୀ ସେନା । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ ସହ ଏନଏଚ ମଧ୍ୟ ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି । ସେପଟେ ବନ୍ଦ ଯୋଗୁଁ ନାନା ଯାତାୟତରେ ସମସ୍ୟା ସୃଷ୍ଟି ହୋଇଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!