ଆଜି କୋର୍ଟରେ ହାଜର ହେବେ ମନୀଷ ସିସୋଦିଆ

ନୂଆଦିଲ୍ଲୀ,୧୦ା୩:  ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ ମାମଲା। ଆଜି କୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି। ସେପଟେ ତିହାର ଜେଲରେ ସିସୋଡ଼ିଆଙ୍କୁ ଜେରା ପରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଫେବୃଆରୀ 26 ତାରିଖରୁ ଲିକର୍ ଗେଟ୍ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ତିହାର ଜେଲରେ ଥିବା ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡ଼ିଆଙ୍କୁ ଗୁରୁବାର ଜେରା କରିଥିଲା ଇଡି। ଜେରା ପରେ ସିସୋଦିଆଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ତିହାଡ ଜେଲ୍‌ରେ  ପାଖାପାଖି ୮ ଘଣ୍ଟା ଜେରା କରିଥିଲା ଇଡି ।ପ୍ରଥମେ ସିବିଆଇ(Central Bureau of Investigation) , ତା ପରେ ଇଡି( Enforcement Directorate) । ମଦ ଦୁର୍ନୀତି  ଅଭିଯୋଗ ( Excise Policy Case) ରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ଇଡି । ଦୁଇ ଦିନ ଧରି ଜେରା କରିବା ପରେ ମନି ଲଣ୍ଡ୍ରିଂ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି  ମନୀଷ ସିସୋଦିଆ (Manish Sisodia)ଙ୍କୁ କୋର୍ଟରେ ହାଜର କରାଯିବ।ସେପଟେ ସିବିଆଇ ଗିରଫ କରିବା ମାମଲାରେ ଆଜି ତାଙ୍କ ଜାମିନ ଆବେଦନ ଶୁଣାଣି ହେବାର ଅଛି । ତା ଆଗରୁ ହିଁ ସିସୋଦିଆଙ୍କୁ ଗିରଫ କରିଛି ଇଡି । ତେବେ ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Chief Minister Arvind Kejriwal ) ଅଭିଯୋଗ କରିଛନ୍ତି, କୌଣସି ଉପାୟରେ ହେଉ ପଛେ ସିସୋଦିଆଙ୍କୁ ଜେଲରେ ରଖିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ତେଣୁ ତାଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଛି|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!