କୋଲକାତା,୮।୫: ଆଇପିଏଲ ୨୦୨୩ର ୫୩ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି। ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କୋଲକାତା ନାଇଟ ରାଇଡର୍ସ ବୋଲିଂ କରିବ। ଆଜିର ମ୍ୟାଚ ଉଭୟଙ୍କ ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ। ଏହି ମ୍ୟାଚ ଉଭୟ ଦଳ ପାଇଁ ଜିତିବା ଆବଶ୍ୟକ। ତେବେ ପଞ୍ଜାବ ଦଳ ବିଜୟ ଦୃଷ୍ଟିରୁ କୋଲକାତା ଅପେକ୍ଷା ବହୁତ ଭଲ ସ୍ଥିତିରେ ଅଛି। କିନ୍ତୁ ତଥାପି ଦଳକୁ ୨ ପଏଣ୍ଟ ହାସଲ କରିବାକୁ ପଡ଼ିବ। ଅନ୍ୟପକ୍ଷରେ କୋଲକାତା ପାଇଁ ବର୍ତ୍ତମାନ ପ୍ରତ୍ୟେକ ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଯଦି ଦଳ ଆଜି ନ ଜିତେ ତେବେ ଏହା ଦଳର ଆଗାମୀ ଯାତ୍ରା କରିବା କଷ୍ଟକର ହେବ। ଏଭଳି ପରିସ୍ଥିତିରେ ଆଜି ଉଭୟ ଅଧିନାୟକଙ୍କୁ ଉପଯୁକ୍ତ ଏକାଦଶ ଖେଳାଇବେ। ଯେଉଁମାନେ ଦଳକୁ ଜିତିବାରେ ସାହାଯ୍ୟ କରିପାରିବେ। ଆଜିର ମ୍ୟାଚରେ ଗୋଟି ପଟେ ଶିଖର ଧାଓ୍ବନ ଅଧିନାୟକତ୍ବ କରୁଥିବାବେଳେ ଅନ୍ୟପଟେ ନୀତିଶ ରାଣା କ୍ୟାପଟେନ ଅଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |