ଜୟପୁର,୨୭।୪: ରାଜସ୍ଥାନ ରୟାଲ୍ସ ଗୁରୁବାର ଆଇପିଏଲ ୧୬ର ୩୭ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ନିଜ ହୋମ ଗ୍ରାଉଣ୍ଡରେ ଭେଟିବ। ମ୍ୟାଚ ଜିତିବାକୁ ଜୋରଦାର ପ୍ରସ୍ତୁତି କରିଛନ୍ତି ଉଭୟ ଦଳ। ସୁପରକିଙ୍ଗ୍ସ ବିପକ୍ଷରେ ଆଧିପତ୍ୟ ଜାରି ରଖି ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ରାଜସ୍ଥାନ। ଅନ୍ୟପଟେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ମାହି ନିଜ ଓ୍ବିନିଂ ଟେକନିକ ଜାରି ରଖିଛନ୍ତି। ଚେନ୍ନାଇର ଶୀର୍ଷରେ ଋତୁରାଜ ଗାୟକଓ୍ବାଡ, ଡେବନ କନଓ୍ବେ, ଆଜିଙ୍କ୍ୟ ରାହାଣେ ଏବଂ ଶିବମ ଦୁବେ ଦଳରେ ଶାନଦାର ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ ଆଜି ରାଜସ୍ଥାନ ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ।ଜୟପୁରର ସାଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍ର ୩୭ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବ। ଅନ୍ୟପକ୍ଷେ ରାଜସ୍ଥାନ ଦଳରେ ଏକ ପରିବର୍ତ୍ତନ କରିଛି। ଟ୍ରେଣ୍ଟ ବୋଲ୍ଟଙ୍କ ସ୍ଥାନରେ ଆଡାମ ଜାମ୍ପାଙ୍କୁ ସାମିଲ କରାଯାଇଛି। ସେହିପରି ଲଗାତାର ଦୁଇଟି ମ୍ୟାଚ୍ରେ ରାଜସ୍ଥାନ ପରାଜୟ ସତ୍ତ୍ୱେ ଗୁରୁବାର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ଆଗକୁ ପଏଣ୍ଟ ଟେବୁଲରେ ଆଗକୁ ବଢ଼ିବାକୁ ଚେଷ୍ଟା କରିବ। ହେଲେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲଗାତାର ୩ଟି ମ୍ୟାଚ୍ରେ ବିଜୟ ହାସଲ କରିଛି। ପୁଣି ଏକ ବିଜୟ ସହ ଦଳ ପ୍ଲେ ଅଫ୍ ଆଶା ଉଜ୍ଜିବିତ କରିବ।
ରାଜସ୍ଥାନ : ଯଶସ୍ବୀ ଜସୱାଲ, ଜୋସ ବଟଲର, ଦେବଦତ୍ତ ପାଦିକଲ, ସଞ୍ଜୁ ସାମସନ (ଅଧିନାୟକ), ଶିମ୍ରନ୍ ହେଟମିୟର, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ଜେସନ ହୋଲ୍ଡର, ଆଦାମ ଜାମ୍ପା, ସନ୍ଦୀପ ଶର୍ମା, ୟୁଜଭେନ୍ଦ୍ର ଚହଲ
ଚେନ୍ନାଇ : ରୁତୁରାଜ ଗାଇକୱାଡ, ଡିଭନ କନ୍ୱେ, ଆଜିଙ୍କ୍ୟ ରାହାନେ, ମୋଇନ୍ ଅଲ୍ଲୀ, ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଏମ୍.ଏସ୍. ଧୋନି (ଅଧିନାୟକ), ମାଥେଶା ପାଥିରାନା, ତୁଷାର ଦେଶପାଣ୍ଡେ, ମହେଶ ତକ୍ସାନା, ଆକାଶ ସିଂ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |