ଆଜି ଜାତୀୟ ସିନେମା ଦିବସ:  ମାତ୍ର ଟଙ୍କା ୭୫ରେ ଦେଖିବେ ସିନେମା

ଭୁବନେଶ୍ୱର,୨୩/୦୯: ଆଜି ଜାତୀୟ ସିନେମା ଦିବସ:  ମାତ୍ର ଟଙ୍କା ୭୫ରେ ଦେଖିବେ ସିନେମା   ।   ସେଥିପାଇଁ କେବଳ ଭୁବନେଶ୍ୱର ନୁହେଁ ସାରା ଦେଶର କୌଣସି ହଲ୍‌ ଫାଙ୍କା ନାହିଁ । ସବୁଠି ହାଉସ୍‌ଫୁଲ୍‌ । ଶୁକ୍ରବାର ସାରା ଦେଶ ପାଳୁଛି ଜାତୀୟ ସିନେମା ଦିବସ । ସେଥିପାଇଁ ମଲ୍ଟିପ୍ଲେକ୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ସହାୟତାରେ ଆୟୋଜିତ ହୋଇଛି ଏହି ଦିବସ । ଆଉ ଏହି ପରିପ୍ରେକ୍ଷୀରେ ଦର୍ଶକଙ୍କୁ ଭିନ୍ନ ଅନୁଭୂତି ପରଷିବାକୁ   ପ୍ରଥମ ଥର ପାଇଁ ଏଭଳି ନିଆରା ପ୍ରୟାସ କରାଯାଇଛି । ଦର୍ଶକଙ୍କୁ ହଲ୍‌ ମୁହାଁ କରାଇବା ଏବଂ ଧୀରେ ଧୀରେ ହଲ୍‌ ଏବଂ ଦର୍ଶକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦୂରତାକୁ କମାଇବାକୁ ଅଣ୍ଟା ଭିଡ଼ିଛି ମଲ୍ଟିପ୍ଲେକ୍ସ ଆସୋସିଏସନ୍‌ । ସେମାନଙ୍କ ଆଶା ଏହାଫଳରେ ପୁଣି ଥରେ ଚଳଚଞ୍ଚଳ ହୋଇଉଠିବ ହଲ୍‌ । ରାତି ଅଧରୁ କାଉଣ୍ଟରରେ ଲାଗିବ ଲମ୍ବା ଧାଡ଼ି ଆଉ ପ୍ରେକ୍ଷାଳୟ ଭିତରେ ଶୁଭିବ ଗହଳି । କରୋନା କାଳରେ ଭୁଷୁଡ଼ି ପଡ଼ିଥିବା ଏହି ସିନେମା ଶିଳ୍ପକୁ ସଳଖିବା ଲାଗି ସଞ୍ଜୀବନ ହେଉଛି ସିନେମା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: