ଆଜି ଜି-୨୦ ବିଦେଶମନ୍ତ୍ରୀଙ୍କ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୨।୩: ଆଜି ଜି-୨୦ ବିଦେଶମନ୍ତ୍ରୀଙ୍କ ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ|ଆଜି ଜି-୨୦ ବିଦେଶମନ୍ତ୍ରୀଙ୍କ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜି-୨୦ ଦେଶ ମାନଙ୍କ ବିକାଶରେ ପରସ୍ପରର ସହଯୋଗ ସବୁଠାରୁ ଅଧିକ ଜରୁରୀ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୃଷ୍ଟି ହୋଇଥିବା ଆନ୍ତର୍ଜାତୀୟ ବୁଝାମଣା ଏହାର ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଏବଂ ଏହି ବିଫଳତାର ଚରମ ପ୍ରଭାବ ବିକାଶଶୀଳ ଦେଶମାନଙ୍କରେ  ଅନୁଭୂତ ହେଉଛି ବୋଲି ଜି -20 ବିଦେଶମନ୍ତ୍ରୀ ଉଦ୍‌ଘାଟନୀ ଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ।  ଏହି ଅବସରରେ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡିକୁ ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଦେଶମନ୍ତ୍ରୀ  ମାନଙ୍କୁ ଅନୁରୋଧ କରିଛନ୍ତି। ମହାମାରୀ ସମୟରେ ଦେଶ ମାନେ ପରସ୍ପରକୁ ଯେପରି ସହଯୋଗ କରିଛନ୍ତି ତାହାର ଶ୍ରେୟ  ବିଦେଶ ମନ୍ତ୍ରାଳୟକୁ ଜାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  ଆତଙ୍କବାଦର ବିରୋଧ, ହେଉ ବା ଦେଶମାନଙ୍କ ମଧ୍ୟରେ ବ୍ୟବସାୟିକ ଅଭିବୃଦ୍ଧିର ବିକାଶ ଦିଗରେ ବୈଦେଶିକ ମନ୍ତ୍ରୀ ମାନଙ୍କର ଭୂମିକା ସବୁବେଳେ ଗୁରୁତ୍ୱ ବହନ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!