ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ , ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା

ମେଲବର୍ଣ୍ଣ,୧୩/୧୧ : ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ । ଟାଇଟଲ ପାଇଁ ମେଲବର୍ଣ୍ଣର ବିଶାଳ ମଇଦାନରେ ଇଂଲଣ୍ଡ ଓ ପାକିସ୍ତାନ ଲଢେଇ କରିବାକୁ ପ୍ରସ୍ତୁତ ।   ୧୯୯୨ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌ରେ ପାକିସ୍ତାନ ଓ ଇଂଲଣ୍ଡ ପରସ୍ପରକୁ ଭେଟିଥିଲେ । ମେଲବର୍ଣ୍ଣ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ପାକିସ୍ତାନ ଉକ୍ତ ମ୍ୟାଚ୍‌ ଜିତି ପ୍ରଥମ କରି ବିଶ୍ୱକପ୍‌ ଚାମ୍ପିଅନ ହୋଇଥିଲା । ୩୦ ବର୍ଷ ପରେ ପୁଣି ଥରେ ଉଭୟ ଦଳ ମେଲବର୍ଣ୍ଣରେ ଏକ ବିଶ୍ୱକପ୍‌ ଫାଇନାଲ୍‌ ଖେଳିବାକୁ ଯାଉଛନ୍ତି ।  ତଥାପି ଉଭୟ ଦଳ ପୂର୍ଣ୍ଣ ୨୦ ଓଭର ବିଶିଷ୍ଟ ମୁକାବିଲା ଲଢିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।  ୨୦୦୭ ଟି୨୦ ବିଶ୍ବକପ୍‌ର ଫାଇନାଲରେ ଭାରତଠାରୁ ପରାସ୍ତହେବା ପରେ ୨୦୦୯ରେ ପାକିସ୍ତାନ୍ ଚମ୍ପିଆନ୍ ହୋଇଥିଲା। ୨୦୧୦ରେ ପରବର୍ତ୍ତୀ ସଂସ୍କରଣରେ ଇଂଲଣ୍ଡ ଏହି ଟ୍ରଫି ଜିତିଥିଲା। ମେଲ୍‌ବୋର୍ଣ୍ଣର ପିଚ୍‌ ପେସ୍‌ ବୋଲରଙ୍କୁ ସହାୟତା ଦେବାର ଥିବାରୁ ପାକିସ୍ତାନର ଫାଷ୍ଟବୋଲରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ତେବେ ୯ନଂ ପର୍ଯ୍ୟନ୍ତ ଲମ୍ବା ବ୍ୟାଟିଂ ଲାଇନ୍‌ ଥିବା ଇଂଲଣ୍ଡ ଦଳ ପାକିସ୍ତାନୀ ଆକ୍ରମଣର ମୁକାବିଲା ପାଇଁ ସକ୍ଷମ। ତେଣୁ ଫାଇନାଲରେ ପାକିସ୍ତାନର ବୋଲିଂ ଓ ଇଂଲଣ୍ଡର ବ୍ୟାଟିଂ ମଧ୍ୟ​‌େ​‌ର ମୁଖ୍ୟତଃ ମୁକାବିଲା ହେବ।  ଇଂଲଣ୍ଡ ବ୍ୟାଟିଂ ବିଭାଗ ଶକ୍ତିଶାଳୀ । ପାକିସ୍ତାନର ପେସ୍‌ ବାହିନୀ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଆଧିପତ୍ୟ ଜାହିର କରିସାରିଛନ୍ତି ।    ଆଜି ଉଭୟ ଦଳର ଓପନରଙ୍କ ଉପରେ ନଜର ରହିବ । ଜୋସ ବଟଲର ଓ ଆଲେକ୍ସ ହେଲ୍ସ ଫର୍ମ ଫେରି ପାଇଥିବାରୁ ଇଂଲଣ୍ଡ ବିଶାଳ ସ୍କୋର ସଂଗ୍ରହ କରିବା ଆଶା କରାଯାଉଛି । ବାବର ଆଜମ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିଛନ୍ତି । ବଟଲର ଓ ସହିନ ଆଫ୍ରିଦିଙ୍କ ମଧ୍ୟରେ ଜୋରଦାର ଲଢେଇ ଆଶା କରାଯାଇପାରେ । ସେହିପରି ହ୍ୟାରିସ୍‌ ରୌଫଙ୍କ ପାଇଁ ଲାଏମ ଲିଭିଙ୍ଗଷ୍ଟୋନ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପୂର୍ବରୁ ଉଭୟ ଦଳ ପରସ୍ପରକୁ ୨ଥର(୨୦୦୯ ଓ ୨୦୧୦) ଭେଟିଥିଲେ । ଉଭୟ ମ୍ୟାଚ୍‌ରେ ଇଂଲଣ୍ଡ ବିଜୟୀ ହୋଇଥିଲା । ୨୦୦୯ରେ ପାକିସ୍ତାନ ଓ ୨୦୧୦ରେ ଇଂଲଣ୍ଡ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲେ ।  ଆସନ୍ତା କାଲି ୪୪ ରନ କଲେ ବେନ ଷ୍ଟୋକ୍ସ ଟି-ଟ୍ୱେଣ୍ଟିରେ ୩୦୦୦ ରନ୍‌ ପୂରଣ କରିବେ । ୧୦୦ ୱିକେଟ୍‌ କ୍ଲବ୍‌ରେ ପ୍ରବେଶ କରିବା ପାଇଁ ଶଦାବ ଖାନ ଆଉ ୩ଟି ୱିକେଟ୍‌ ଆବଶ୍ୟକ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: