ପୁରୀ, ୨୬।୦୬: ଅଣସର ଘରେ ଦଶମୁଳ ମହୋଷଧୀ ସେବନ ପରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରର ପ୍ରଥମ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଦଇତାପତିମାନେ ଶ୍ରୀନଅରଙ୍କୁ ରାଜ ପ୍ରସାଦ ବିଜେ ବେଳେ ଶ୍ରୀବିଗ୍ରହ ଆରୋଗ୍ୟ ହୋଇଥିବା ଖବର ଦେଇଛନ୍ତି । ଏହା ପରେ ଦତ୍ତମହାପାତ୍ର ସେବକ ପ୍ରଭୁଙ୍କୁ ଖଡ଼ି ଲାଗି ଗୋପନ ସେବା କରିବେ । ଖଡ଼ି ଲାଗି ପରେ ଦତ୍ତମହାପାତ୍ର ସେବକ ପ୍ରଭୁଙ୍କ ବନକଲାଗି ତଥା ଶ୍ରୀମୁଖ ସିଙ୍ଗାର ନିମନ୍ତେ ପ୍ରଭୁଙ୍କ ସେବାରେ ହାଜର ହେବେ ।ସେବକବୃନ୍ଦ। ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବି ନିବେଦନ କରିଛନ୍ତି। ରବିବାର ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବିଳମ୍ବିତ ରାତିରୁ ଦଇତାପତି ସେବକମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନୀତିକାନ୍ତି ଚାଲିବ। ଅନ୍ୟପଟେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର ପାଇଁ ଶୁଦ୍ଧ ସୁଆର ସେବକଙ୍କ ଘରୁ ଖଳିପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଏଥିସହ ଖଡ଼ି ପ୍ରସାଦ ଲାଗି ନୀତି ବି ଅନୁଷ୍ଠିତ ହେବ। ଆଜି ଶୁଦ୍ଧ ସୁଆର ସେବକଙ୍କ ଘରୁ ଦିବ୍ୟ ପ୍ରଲେପ ‘ଖଳିପ୍ରସାଦ’ ବିଜେ କରିବ। ଶ୍ରୀମନ୍ଦିରରୁ ନିମନ୍ତ୍ରଣ ପାଇବା ପରେ ଦୋଳମଣ୍ଡପସାହିରୁ ବିଜେ କାହାଳୀ ସହ ଶୋଭାଯାତ୍ରାରେ ଶୁଦ୍ଧ ସୁଆର ସେବକମାନେ ଶ୍ରୀମନ୍ଦିରକୁ ଖଳି ପ୍ରସାଦ ବିଜେ କରିବେ। ଘନ ଅନ୍ଧକାର ଭିତରେ ଶ୍ରୀମନ୍ଦିରରେ ଶୋଧ କାର୍ଯ୍ୟ ସମ୍ପନ୍ନ ହେବ। ତ୍ରୟୋଦଶୀ ତିଥିରେ ଖଳି ପ୍ରସାଦ ଶ୍ରୀମନ୍ଦିର ବିଜେ କରିବାର ପରମ୍ପରା ରହିଛି। ତ୍ରୟୋଦଶୀ ତିଥିରେ ପ୍ରଥମ ଭୋଗ ମଣ୍ଡପ ବଢ଼ିବା ପରେ ବେହରଣ ଦ୍ୱାର ଖୋଲି ଦତ୍ତମହାପାତ୍ର ଆଣିଥିବା ଖଡ଼ିକୁ ଶ୍ରୀଜିଉଙ୍କୁ ଲାଗି କରାଯିବ । ଖଡ଼ି ଲାଗି ପରେ ଖଡ଼ି ପ୍ରସାଦ ବି ରାଜପ୍ରସାଦକୁ ବିଜେ କରିବାର ପରମ୍ପରାକୁ ଦତ୍ତମହାପାତ୍ର ସମ୍ପନ୍ନ କରିବେ । ଏହା ପରେ ପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତିରେ ବନକଲାଗି ପ୍ରକ୍ରିୟା କରିବେ ଦତ୍ତମହାପାତ୍ର ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |