ଆଜି ନୃସିଂହ ଚତୁର୍ଦ୍ଦଶୀ : ରଥ ନିର୍ମାଣ ପରମ୍ପରାରେ ହେବ ଗୁଜ ଅନୁକୂଳ

ପୁରୀ,୧୪/୦୫: ଆଜି ନୃସିଂହ ଚତୁର୍ଦ୍ଦଶୀ । ରଥ ନିର୍ମାଣ ପରମ୍ପରାରେ ହେବ ଗୁଜ ଅନୁକୂଳ । ରୂପକାର ସେବକମାନେ ରଥ ନିର୍ମାଣ କାର୍ଯ୍ୟରେ ଯୋଗଦେବେ । ରଥଖଳାରେ ମୁଖ୍ୟ ରୂପକାର ସେବକ ଗୁଜ ଅନୁକୂଳ କରିବେ । ଏଥିସହ ରଥ ଚକ ପ୍ରସ୍ତୁତି ପାଇଁ ଭୋଇସେବକମାନେ ଯନ୍ତା ଗାଡ଼ ଖୋଳିବେ । ଚର୍ଚ୍ଚିକା ଠାକୁରାଣୀଙ୍କ ସମ୍ମୁଖ ବଡ଼ଦାଣ୍ଡରେ ଖୋଳାହେବ ଯନ୍ତାଗାଡ଼ । ଗୁଜ ଅନୁକୂଳ ପାଇଁ ଶୁକ୍ରବାର ଭୋଇ ସେବକମାନେ ୧୨ଫୁଟିଆ ଧଉରା କାଠ ଯୋଗାଇଛନ୍ତି । ୬ଟି କରି ତିନି ରଥ ପାଇଁ ୧୮ ଗୋଟି କାଠ ରଥଖଳାକୁ ଯୋଗାଯାଇଥିବୀ କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ । ବିଶ୍ୱକର୍ମାମାନେ ଏହାକୁ ଚଉପଟ କରି ରୂପକାର ସେବକଙ୍କୁ ଯୋଗାଇଦେବେ । ତିନି ବାଡ଼ର ମୁଖ୍ୟ ରୂପକାରମାନେ ପାରମ୍ପରିକ ବିଧି ମତେ ପୂଜାର୍ଚ୍ଚନା କରି ଗୁଜ ଅନୁକୂଳ କାର୍ଯ୍ୟ ସମ୍ପନ୍ନ କରିବେ । ରଥର ଚତୁଃପାଶ୍ୱର୍ରେ ଗୁଜ ସ୍ଥାପନ ହେ । ଗୁଜ ହେଉଛି ରଥର ସୁରକ୍ଷା କବଚ । ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଭଉଁରୀ ଉତ୍ସବରେ ରଥର ଚକ ଓ ଅଖ ସଂଯୁକ୍ତ ହେବ । ଯନ୍ତା ଗାଡ଼ରେ ତୁମ୍ବ ସହିତ ଅର ଭୁଞ୍ଜାଯାଇ ସିଙ୍ଗଡ଼ାବାଡ଼ିଆ ହେବ । ପୁଣି ରଥ ଖଳାରେ ବିଲେଇ ବାଡ଼ିଆ ପଦ୍ଧତିରେ ସିଙ୍ଗଡ଼ାରେ ପହି ସଂଯୁକ୍ତ ହୋଇ ଚକ ପ୍ରସ୍ତୁତ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: