ଆଜି ନେତାଜୀଙ୍କ ୧୨୫ତମ ଜୟନ୍ତୀ,ଦିଲ୍ଲୀରେ ନେତାଜୀଙ୍କ ହଲୋଗ୍ରାମ୍ ପ୍ରତିମାର ହେବ ଲୋକାର୍ପଣ

କଟକ ,୨୩।୦୧: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ ।  କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଅବଲମ୍ବନ କରି ଜନସାଧାରଣ ଏବଂ ବିଭିନ୍ନ ସଂଗଠନର ସଦସ୍ୟମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସଂଗ୍ରହାଳୟ, ଜନ୍ମସ୍ଥାନ ବୁଲିପାରିବେ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ସୂଚନା ଦେଇଛନ୍ତି । ତେବେ କୋଭିଡ୍ କଟକଣା ପାଇଁ ଚଳିତ ଥର କଟକରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ସେପରି କୌଣସି କାର୍ଯ୍ୟକ୍ରମ ଆୟୋଜିତ ହେଉନାହିଁ। ଜିଲ୍ଲା ପ୍ରଶାସନ ତରଫରୁ ନେତାଜୀ ଜୟନ୍ତୀ ଅବସରରେ କୋଭିଡ କଟକଣା ଭିତରେ କେବଳ ପୁଷ୍ପମାଲ୍ୟ ଅର୍ପଣର ବ୍ୟବସ୍ଥା କରାଯାଇଛି । କିନ୍ତୁ ସର୍ବସାଧାରଣଙ୍କୁ ନେତାଜୀ ଜନ୍ମସ୍ଥାନକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ନେତାଜୀଙ୍କର ବୀରତ୍ବର କାହାଣୀ, ଆଦର୍ଶ ଏବଂ ଜୀବନର ବିଶେଷ ଘଟଣାବଳିକୁ ନେଇ ୧୨ଟି ପ୍ରତିକୃତି ନିର୍ମାଣ କରୁଛନ୍ତି ଭସ୍କର୍ଯ୍ୟ ଶିଳ୍ପୀ । ଏହି ପ୍ରତିକୃତି ଗୁଡିକ ନେତାଜୀଙ୍କ ଜନ୍ମସ୍ଥାନରେ ଆଜି ପ୍ରଦର୍ଶିତ କରାଯିବ ।ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ଗ୍ରାନାଇଟ୍ ପ୍ରତିମାର ହଲୋଗ୍ରାମ୍ ଲୋକାର୍ପଣ ହେବ । ହଲୋଗ୍ରାମ୍ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଆଗକୁ ଇଣ୍ଡିଆ ଗେଟ୍‍ ନିକଟରେ ନେତାଜୀଙ୍କ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ ହେବ । ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ ନହେବା ଯାଏ ହଲୋଗ୍ରାମ୍ ପ୍ରତିମା ସ୍ଥାପନ କରାଯିବ ବୋଲି କୁହାଯାଇଛି । ସୂଚନା ମୁତାବକ, କିଙ୍ଗ୍ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । କିଙ୍ଗ୍ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ୧୯୬୮ ମସିହାରେ ହଟାଇ ଦିଆଯାଇଥିଲା। ଏହି ସ୍ଥାନରେ ବର୍ତ୍ତମାନ ନେତାଜୀଙ୍କ ୨୮ ଫୁଟ ଉଚ୍ଚ ଏବଂ ୬ ଫୁଟ ଚଉଡା ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଛି । ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍‍ ଯୋଗେ ସୂଚନା ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: