ଆଜି ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ

ଭୁବନେଶ୍ୱର,୨୩।୧: ଆଜି ଦୁଇ ମହାପୁରୁଷ ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ । ନେତାଜୀଙ୍କ ୧୨୬ ତମ ଜୟନ୍ତୀ ପାଳୁଛି ଦେଶ । ସ୍ମରଣରେ ମୋଦି ସରକାର ପାଳୁଛନ୍ତି ପରାକ୍ରମ ଦିବସ । ସେପଟେ ବୀର ସୁରେନ୍ଦ୍ର ସାଏ ସାହସିକତାକୁ ସଲାମ୍ । ୧୮୯୭  ଆଜିର ଦିନରେ କଟକର ଓଡ଼ିଆ ବଜାର ସ୍ଥିତ ଜାନକୀ ଭବନରେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ ସୁଭାଷ ବୋଷ ।ବାପା ଜାନକୀ ନାଥ ବୋଷଙ୍କ ଓ ମାଆ ପ୍ରଭାବତୀ ଦେବୀଙ୍କ ଠାରୁ ଜନ୍ମ ନେଇଥିଲେ ସୁଭାଷ । ଚଉଦ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ । ରେଭେନ୍‌ସା କଲିଜିଏଟ୍ ସ୍କୁଲରେ ପାଠ ପଢ଼ିବା ପରେ ସେ କଲକାତା ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ କଲେ। ୧୯୩୮ରେ ସେ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସଶସ୍ତ୍ର ଆନ୍ଦୋଳନ ଦ୍ବାରା ହିଁ ଭାରତକୁ ବ୍ରିଟିଶ୍ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ତାଙ୍କ ଦୃଢ଼ ବିଶ୍ବାସ ଥିଲା। ୧୯୪୦ରେ ତାଙ୍କୁ ଗୃହବନ୍ଦୀ କରାଗଲା। କୌଶଳକ୍ରମେ ନେତାଜୀ ଖସିଯାଇ ବର୍ଲିନ୍‌ରେ ପହଞ୍ଚିଥିଲେ। ସେଠି ହିଟଲର୍‌ଙ୍କ ସହ ଆଲୋଚନା କରି ସଫଳ ନ ହେବାରୁ ସେ ଆଜାଦ୍ ହିନ୍ଦ୍ ଫୌଜ ଗଠନ କଲେ। ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ତାଙ୍କୁ ପରାସ୍ତ କଲା।ଓଡ଼ିଶା ମାଟିର ଏହି ସୁପୁତ୍ର ଦିନେ ଭାରତୀୟ ସ୍ବାଧିନତା ସଂଗ୍ରମାର ନେତୃତ୍ବ ନେବା ସହିତ ଦେଶବାସୀଙ୍କୁ ଦେଖାଇଥିଲେ ବ୍ରିଟିଶ ଶାସନରୁ ମୁକ୍ତ ହେବାର ନୂଆ ଦିଗଦର୍ଶନ । ଯାହା ପାଇଁ ଆଜି ଓଡ଼ିଆ ଜାତି ଗର୍ବିତ। ୧୯୪୫ ଅଗଷ୍ଟ ୧୮ରେ ଜାପାନ ସରକାର ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ଘୋଷଣା କରିଥିଲା। ଏବେ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟଜନକ ହୋଇ ରହିଛି। ନିର୍ଭୀକ ବୀର ପ୍ରତିଟି ଓଡ଼ିଆ ତଥା ଦେଶବାସୀଙ୍କ ନିକଟରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବାରେ ସମର୍ଥ ହୋଇଛି ବୀର ସୁରେନ୍ଦ୍ର ସାଏ ।  ବୀର ପୁଙ୍ଗବ ପାଇଁ ବି ଆଜିର ଦିନ ଆମ ସମସ୍ତଙ୍କର ସ୍ମରଣୀୟ   ବୀର ସୁରେନ୍ଦ୍ର ସାଏ । ଓଡ଼ିଶାର ମାଟିର ମହାନ ଯୋଦ୍ଧା ତଥା ୧୮୫୭ ସିପାହୀ ବିଦ୍ରୋହର ସେଣ୍ଟର ଫେସ୍ । 1809 ମସିହା ଜାନୁଆରୀ ୨୩ ତାରିଖରେ ଖିଣ୍ଡା ଜମିଦାରୀ ବଂଶରେ ଜନ୍ମ ନେଇଥିଲେ । ସୁରେନ୍ଦ୍ରଙ୍କ ଗରିଲା ଯୁଦ୍ଧ ବ୍ରିଟିଶ ସେନାର ନିଦ ହଜାଇ ଦେଇଥିଲା । ତାଙ୍କ ଆହ୍ବାନର ପରେ ହଜାରହଜାର ଯୁବକ ଲମ୍ଫ ପ୍ରଦାନ କରିଥିଲେ ଫିରିଙ୍ଗି ବିରୋଧୀ ଯୁଦ୍ଧକୁ । ଛଳ କରି ବ୍ରିଟିଶ ସେନା ତାଙ୍କୁ କାବୁ କରି ଜେଲରେ ରଖିଥିଲା । ହେଲେ ସଂଗ୍ରାମୀମାନେ ମେଳି ହୋଇ ତାଙ୍କୁ ଜେଲରୁ ମୁକ୍ତ କରିଥିଲେ । ପରେ ୧୮୮୪ରେ ତାଙ୍କର ଜୀବନ ଦୀପ ଲିଭିବା ବେଳକୁ ସାରା ଓଡ଼ିଶାରେ ବ୍ରିଟିଶ ବିରୋଧୀ ବହ୍ନି ଦାଉଦାଉ ହୋଇ ଜଳୁଥିଲା । ଯେଉଁଥିପାଇଁ ତାଙ୍କ ମୃତ୍ୟୁର ୧୩ ଦଶନ୍ଧି ପରେ ବି ଓଡ଼ିଶାର ପ୍ରତିଟି ଜନମାନସରେ ସେ ଉଜ୍ଜୀବିତ ହୋଇ ଅଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: