ଆଜି ପବିତ୍ର ଅକ୍ଷୟ ତୃତୀୟା,ଅକ୍ଷିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ

ଭୁବନେଶ୍ଵର, ୦୩/୦୫ : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ସାରା ଓଡ଼ିଶା ଉତ୍ସବ ମୁଖର। ଚାଷୀମାନେ ଏହି ଦିନକୁ ଖୁବ୍ ଆନନ୍ଦ ଉତ୍ସାହର ସହ ପାଳନ କରିଥାନ୍ତି। ଆଜି ଚାଷୀ ଭାଇ ନିଜ କ୍ଷେତ କିଆରୀକୁ ଯାଇ ଗୁଆ, ପଣା ଦେଇ ପୂଜା କରି ଚାଷ ଅନୁକୂଳ କରିଥାଏ । କ୍ଷେତରେ ବିହନ ପକାଇ ଚାଷ କାର୍ଯ୍ୟ ଆରମ୍ଭ କରେ। ବିଶ୍ଵାସ ଅଛି ଏହି ଦିନଠାରୁ ଚାଷ ଆରମ୍ଭ କଲେ ଚାଷ ଭଲ ହୋଇଥାଏ । ତେବେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ କୃଷି ଦିବସ ପାଳିତ ହୋଇଛି। ଏହି ଅବସରରେ କୃଷି ମନ୍ତ୍ରୀ ଅରୁଣ ସାହୁ ଅକ୍ଷିମୁଠି ଅନୁକୂଳ ସହ ଭୂମିପୂଜନ କରିଛନ୍ତି। ବରମୁଣ୍ଡା ସ୍ଥିତ ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ପରୀକ୍ଷା ଏବଂ ତାଲିମ କେନ୍ଦ୍ରରେ କୃଷି ଦିବସ ପାଳିତ ହୋଇଛି। ଏହି ସମୟରେ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।ଏହାବ୍ୟତୀତ ମହାପ୍ରଭୁଙ୍କ ଚନ୍ଦନ ଓ ଚାପ ଯାତ୍ରା ଏହି ଦିନରୁ ଆରମ୍ଭ ହୋଇଥାଏ । ଏଥି ସହିତ ବିଭିନ୍ନ ଦେବାଳୟ ଏବଂ ଭୁବନେଶ୍ୱର ବିନ୍ଦୁ ସାଗର ସମେତ ଭିନ୍ନ ଭିନ୍ନ ପୁଷ୍କରିଣୀରେ ଚାପ ଖେଳ ହୋଇଥାଏ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: