ଆଜି ପବିତ୍ର ପଣା ସଂକ୍ରାନ୍ତି, ପଣା ସଂକ୍ରାନ୍ତି ନେଇ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ

ଭୁବନେଶ୍ୱର ୧୪।୦୪ :  ଆଜି ପବିତ୍ର ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ ।  ମନ୍ଦିର ,ଘରେ ସବୁଠାରେ ପଣା ପୂଜାର ବିଧି ରହିଛି। ଏଥିସହିତ ଏହି ଦିନଟି ଶ୍ରୀ ହନୁମାନଙ୍କ ଜୟନ୍ତୀ ଭାବେ ପାଳନ ହୋଇଥାଏ।   ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି ।   ପଣା ସଂକ୍ରାନ୍ତି ନେଇ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ କରାଯାଇଛି । ଓଡ଼ିଆ ଘରେ ପଣା ଭୋଗ ପରଂପରା ରହିଛି ।ଏହାସହ ଆଜି ମେରୁଯାତ୍ରା । ୧୩ ଦିନ ଧରି ଜାରି ରହିଥିବା ଦଣ୍ଡଯାତ୍ରାର ଆଜି ସମାପନ ଦିବସ । ଗଂଜାମର କିଛି ସ୍ଥାନରେ ଗତକାଲି ମେରୁ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଅଧିକାଂଶ ସ୍ଥାନରେ ମେରୁ ଯାତ୍ରା ହେବ । ଆଜି ମା ଶାରଳା ଙ୍କ ପୀଠରେ ପାଳିତ ହେଉଛି ଝାମୁ ଯାତ୍ରା । କଟକ ଜିଲ୍ଲା ଆଠଗଡ ବେଂଟପଦାର ମାଆ କାଳୀକାମନା ପୀଠରେ ମେରୁଯାତ୍ରାରେ ଧୂଳିଦଣ୍ଡ ସହ ଝାମୁଯାତ୍ରା ଅନୁଷ୍ଠିତ ହେବ । ରାଜ ରାଜୁଡା ଅମଳରୁ ଏହି ଯାତ୍ରା ହୋଇଆସୁଛି ୧୩ ଦିନ ଧରି ଦଣ୍ଡୁଆ ମାନେ ମାଆଙ୍କ ମନ୍ଦିର ଆଗରେ ଧୂଳି ଦଣ୍ଡ କରିବା ସହ ଝାମୁଆ ମାନେ ନିଆଁ ଉପରେ ଚାଲିଥିଲେ । ଏପଟେ ଗଂଜମ ପୋଲସରାରେ ମାଆ ସିଂହବାହିନୀଙ୍କ ଚୈତ୍ର ଯାତ୍ରା ସମାପନ ହୋଇଛି । ମାଆ ଜଗଜ୍ଜନନୀଙ୍କ ଚଇତି ପର୍ବରେ ଶ୍ରଦ୍ଧାଳୁମାନେ ସାମିଲ ହୋଇ ପୂଜାର୍ଚ୍ଚନା କରିଛନ୍ତି । ଆଜି ହନୁମାନ ଜୟନ୍ତୀ । ସଙ୍କଟମୋଚନ ହନୁମାନଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଭିଡ଼

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: