ଯାଜପୁର,୧୯।୩: ଆଜି ପବିତ୍ର ବାରୁଣୀ। ଯାଜପୁର ଦଶାଶ୍ବମେଧ ଘାଟ ପୂଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଛନ୍ତି ।ଚୈତ୍ର ମାସର କୃଷ୍ଣ ଦ୍ଵାଦଶୀ ରେ ବାରୁଣୀ ସ୍ନାନ କଲେ ଅନେକ ପୁଣ୍ୟ ଫଳ ମିଳିଥାଏ ବୋଲି ପୂର୍ବକାଳରୁ ବିଶ୍ୱାସ ରହିଛି। ଏଥିସହିତ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ଜିଲ୍ଳା ବାହାରୁ ବହୁ ଭକ୍ତ ଯୋଗ ଦେଇଛନ୍ତି ।ବିଶ୍ବାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୁପ । ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ମେଳା ଆସନ୍ତା ୭ ଦିନ ଧରି ଚାଲିବ ଏଥିପାଇଁ ଯାଜପୁର ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ବନ୍ଦୋବସ୍ତ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |