ଆଜି ପବିତ୍ର ଶ୍ରୀରାମ ନବମୀ

ଭୁବନେଶ୍ୱର,୩୦।୩ :ଆଜି ପବିତ୍ର ଶ୍ରୀରାମ ନବମୀ । ଶ୍ରୀରାମ ନବମୀ ହିନ୍ଦୁମାନଙ୍କର ଏକ ପବିତ୍ର ପର୍ବ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ତ୍ରେତୟା ଯୁଗରେ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମତିଥିକୁ ସମଗ୍ର ଭାରତବର୍ଷରେ ‘ଶ୍ରୀରାମ ନବମୀ’ ଭାବେ ଆଦର ଓ ଭକ୍ତିରେ ପାଳନ କରାଯାଏ।  ପ୍ରଭୁ ଶ୍ରୀରାମଚନ୍ଦ୍ର ଜଣେ ପିତୃଭକ୍ତ, ଭାତୃବତ୍ସଳ, ପରାକ୍ରମୀ, ଦିବ୍ୟରୂପକାନ୍ତି ସମ୍ପନ୍ନ ପୁରୁଷ।  ରାମଲୀଳା ନୃତ୍ୟ ଏଇ ଦିନରୁ ଆରମ୍ଭ ହୁଏ। ଭକ୍ତମାନେ ଉପବାସ କରି ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତି। ରାମ ନବମୀ ଉପଲକ୍ଷେ ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ଉତ୍ସବ ମୁଖର ହୋଇପଡ଼ିଛି। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଶ୍ରୀରାମ ମନ୍ଦିର ସମେତ ବିଭିନ୍ନ ଦେବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ରାମ ନବମୀ ଅବସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି। ଆଜିଠାରୁ ପୁରୀରେ ଆରମ୍ଭ ହୋଇଯିବ ପାରମ୍ପରିକ ସାହିଯାତ। ଏଥିପାଇଁ କଳାକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖେଡା ଚଳଚଞ୍ଚଳ ହୋଇପଡ଼ିଛି। ରାମ ନବମୀ ଉପଲକ୍ଷେ ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ଉତ୍ସବ ମୁଖର ହୋଇପଡ଼ିଛି। ପରମ୍ପରା ଅନୁଯାୟୀ, ଗତକାଲି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସହ ମା’ ଭଦ୍ରକାଳୀ ଓ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରୁ ଆଜ୍ଞାମାଳ ଭଦ୍ରକ ଗାନ୍ଧିପଡିଆରେ ପ୍ରସ୍ତୁତ ଯଜ୍ଞ ମଣ୍ଡପକୁ ଆସିଛି। ଆଜି ଭଦ୍ରକରେ ଅପରାହ୍ଣ ୩ଟାରେ ନଗର ସଂକୀର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। ନଗର ସଂକୀର୍ତ୍ତନ ସମୟରେ ପୋଲିସ ୮ଟି ଡ୍ରୋନ୍‌ କ୍ୟାମେରା ସହ କଣ୍ଟ୍ରୋଲ ରୁମ୍‌ରୁ ନଜର ରଖିବ। ସହରରେ ବିଭିନ୍ନ ସ୍ଥାନରେ ୭୬ରୁ ଅଧିକ ସିସିଟିଭିର ବ୍ୟବସ୍ଥା ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!