ନୂଆଦିଲ୍ଲୀ ,୦୧/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାରା ବିଶ୍ବର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ କଥା ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହିତ କଥା ହେବେ। ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଏହା ହେଉଛି ୫ମ ଅଧିବେଶନ। ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମନରେ ପରୀକ୍ଷାକୁ ନେଇ ଥିବା ଭୟ ଓ ଚିନ୍ତା ଦୂର କରିବାକୁ ଉଦ୍ୟମ କରିଥାନ୍ତି। ଦେଶବ୍ୟାପୀ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ, ପ୍ରଧାନମନ୍ତ୍ରୀ ନବମରୁ ଦ୍ବାଦଶ ଶ୍ରେଣୀର ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ଆଲୋଚନା କରିବେ। ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଟାଉନ ହଲ ଆଲୋଚନା ଫର୍ମାଟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।କୋଭିଡ୍ କଟକଣା ପାଇଁ କେବଳ ଦିଲ୍ଲୀ ଏନ୍ସିଆର୍, ଉତ୍ତରପ୍ରଦେଶ ଓ ହରିୟାଣାର ଏକ ହଜାର ଛାତ୍ରଛାତ୍ରୀ ଷ୍ଟାଡିୟମ୍ରେ ଯୋଗଦେବେ । ଏହା ସହ ଭର୍ଚୁଆଲ୍ରେ ଦେଶ ଓ ଦେଶ ବାହାରୁ ଛାତ୍ରଛାତ୍ରୀ ଯୋଡ଼ି ହେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟରୁ ପ୍ରାୟ ୨୬ ହଜାରରୁ ଅଧିକ ଛାତ୍ରଛାତ୍ରୀ, ୪୮୯୬ ଶିକ୍ଷକ-ଶିକ୍ଷୟିତ୍ରୀ, ୧୨୨୩ ଜଣ ଅଭିଭାବକ ଯୋଗଦେବେ । ରାଜଭବନରେ ରାଜ୍ୟପାଳଙ୍କ ସହ ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀମାନେ ଦେଖିବେ । ଏହା ସହ ପ୍ରାଥମିକ ସ୍କୁଲଠୁ ନେଇ ଉଚ୍ଚଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ପ୍ରତି ଶିକ୍ଷାନୁଷ୍ଠାନରେ ମଧ୍ୟ କାର୍ଯ୍ୟକ୍ରମକୁ ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦୂରଦର୍ଶନ (ଡିଡି ନ୍ୟାସନାଲ, ଡିଡି ନ୍ୟୁଜ୍, ଡିଡି ଇଣ୍ଡିଆ), ରେଡିଓ ଚାନେଲ, ଟିଭି ଚାନେଲ, ଡିଜିଟାଲ ମିଡିଆରେ ସିଧା ପ୍ରସାରଣ କରାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |