ନୂଆଦିଲ୍ଲୀ,୨୭।୦୯ : ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ଗସ୍ତ ସମୟରେ ବର୍ତ୍ତମାନର ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବରେ ମୋଦି ସାକ୍ଷାତ କରିବେ । ସ୍ବର୍ଗତ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଭାରତ ର ଜଣେ ଉତ୍ତମ ବନ୍ଧୁ ଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ପରେ ଶିଞ୍ଜୋ ଆବେଙ୍କ ପ୍ରତି ତାଙ୍କର ପତ୍ନୀ ଏବଂ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କୁ ସମବେଦନା ଜଣାଇବେ । ଏହି କାର୍ଯ୍ୟକ୍ରମ ଟୋକିଓର ଚିୟୋଦା ବୁଦୋକନରେ ଆୟୋଜିତ କରାଯାଉଛି । ଏଠାରେୁ ପ୍ରଧାନମନ୍ତ୍ରୀ ମୋଦୀ ଅକାସାକା ପେଲେସ ଯିବେ, ଯେଉଁଠାରେ ଏକ ଅଭିବାଦନ ସମାରୋହ ହେବ । ଭାରତ ଆବେଙ୍କ ସମ୍ମାନରେ ୨୦୨୨ ଜୁଲାଇ ୯ରେ ଦିନିକିଆ ଜାତୀୟ ଶୋକ ଘୋଷଣା କରିଥିଲା । ଜାପାନର ସବୁଠୁ ଅଧିକ ବର୍ଷ ଧରି ପ୍ରଧାନମନ୍ତ୍ରୀ ରହି ଆସିଥିଲେ ସିଂଜୋ । ତାଙ୍କୁ ଜୁଲାଇ ୮ ତାରିଖ ଦିନ ଗୁଳିମାରି ହତ୍ୟା କରା ଯାଇଥିଲା । ପ୍ରାୟ ଅଢ଼େଇ ମାସ ପରେ ତାଙ୍କର ଅନ୍ତିମ ସଂସ୍କାର ହେବାକୁ ଯାଉଛି । ଏହି ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ୨୧୭ ଦେଶରୁ ପ୍ରାୟ ୬ ହଜାରରୁ ଅଧିକ ରାଜନେତା ଏବଂ ପ୍ରତିନିଧି ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଷ୍ଟ୍ରନେତା ଯୋଗଦେବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |