ଭଦ୍ରକ ,୨୪।୦୩ : ଆଜି ପୌର ନିର୍ବାଚନ ପାଇଁ ମତଦାନ ସକାଳ ୮ଟାରୁ ବିିଭିନ୍ନ ସ୍ଥାନରେ ଆରମ୍ଭ ହୋଇ ସାରିଛି। ଭୋଟର ଯାଇ ମତଦାନ କରୁଛନ୍ତି। ଭଦ୍ରକରେ ମତଦାନ ସମୟରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ବୁଥ ସାମ୍ନାରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି।ଭଦ୍ରକ ଧାମନଗରର ୯ ନମ୍ବର ଓ୍ୱାର୍ଡ ୧୬ ନମ୍ବର ବୁଥ୍ରେ ଝଗଡ଼ା ପରେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |